ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମ ଓ ସରକାରଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର


 ଗ୍ରାଫିକ ଏରା ହିଲ ବିଶ୍ୱବିଦ୍ୟାଳୟ ଡେରାଡୁନ ଠାରେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମ ଓ ସରକାରଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଗତ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ  ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ଇଂରେଜମାନେ ୧୯୪୭ରେ ଦେଶ ଛାଡି ଚାଲି ଯାଇଛନ୍ତି । କିନ୍ତୁ ଇଂରେଜତ୍ୱକୁ ଛାଡି ଦେଇ ଯାଇଛନ୍ତି । ଆମେ ସେହି ଭାଷାକୁ ନେଇ ନିଜର ପରିଚୟ ସୃଷ୍ଟି ନକରି ନିଜର ମାତୃଭାଷାକୁ ନେଇ ଗର୍ବ କରିବା ଉଚିତ ।
ଡ. ବୈଦ୍ୟ କହିଲେ ଯେ, ୯୧ ପ୍ରତିଶତ ଦେଶରେ ନିଜ ଭାଷାରେ ହିଁ ଶିକ୍ଷା ଦିଆଯାଉଛି ଏବଂ କାମ ମଧ୍ୟ ହେଉଛି । ସେହି ଦେଶ ଗୁଡିକ କୌଣସି କ୍ଷେତ୍ରରେ ପଛରେ ନାହାଁନ୍ତି । ଇଂରାଜୀ ବା ଅନ୍ୟ କୌଣସି ଭାଷା ଶିକ୍ଷା କରିବା ଭୂଲ ନୁହେଁ କିନ୍ତୁ ଆମେ ଆମର ଭାଷାକୁ ଭଲ ଭାବରେ ଜାଣିବା ଉଚିତ । ଆଧ୍ୟାତ୍ମ ହେଉଛି ଭାରତର ଚିନ୍ତନର ଆଧାର । ସାରା ବିଶ୍ୱ ଯେଉଁଥି ପାଇଁକି ଭାରତକୁ ଜାଣିଛି । ଦେଶର ଅନେକ ବିବିଧତାକୁ ଯୋଡୁଥିବା ତତ୍ୱ ହେଉଛି ଆଧ୍ୟାତ୍ମ । ଅର୍ଥାତ ଆମ ସମସ୍ତଙ୍କ ମଧ୍ୟରେ ଗୋଟିଏ ତତ୍ତ୍ୱ ବିଦ୍ୟମାନ । ଆମେ ସମସ୍ତେ ଗୋଟିଏ ଇଶ୍ୱରଙ୍କ  ଅଂଶ । ଏହି କାରଣରୁ ଆମେ ଅନେକତାରୁ ଏକତା ସହଜରେ ସ୍ୱୀକାର କରି ନେଇଛୁ ବୋଲି ସେ ପ୍ରକାଶ କରିଥିଲେ । 
ଡ. ବୈଦ୍ୟ କହିଥିଲେ ଯେ, ରାଷ୍ଟ୍ର ନିର୍ମାଣ ପାଇଁ ନିୟମ ଓ ସମୟ ପାଳନ କରିବା ଜରୁରୀ ଅଟେ । ଯାହାର ଲାଭ ସମାଜକୁ ମିଳିବ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ  ସୁଭାଷ ଗୁପ୍ତାଜୀ , ବିଭାଗାଧ୍ୟକ୍ଷ ବିଶାଳ ସାଗରଜୀ,  ପ୍ରାନ୍ତ ପ୍ରଚାରକ ଯୁଦ୍ଧବୀରଜୀଙ୍କ ସମେତ ଅନ୍ୟମାନ୍ୟଗଣ୍ୟବ୍ୟକ୍ତିମାନେ ଉପସ୍ଥିତ ଥିଲେ । 

Comments