ଜନଜାତିର ଲୋକମାନେ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ନିଜର ମୌଳିକ ସୁବିଧା ସୁଯୋଗରୁ ବଞ୍ôଚତ ହେବା ସହିତ ନିଜର ଧର୍ମ ସଂସ୍କୃତିକୁ ମଧ୍ୟ ବଞ୍ଚାଇ ରଖିବାରେ ଅସମର୍ଥ ହୋଇଛନ୍ତି । ଏହାର ମୁଖ୍ୟ କାରଣ ପ୍ରଶାସନର ଅବହେଳା ତଥା ଦୃଢ ପଦକ୍ଷେପର ଅଭାବ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତ୍କରଣ, ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ, ଧର୍ମାନ୍ତିକରଣ ଭଳି ଅନେକ ସମସ୍ୟା ନେଇ ଜନଜାତି ସମାଜ ବନବାସୀ କଲ୍ୟାଣ ଆଶ୍ରମ ସଂଯୋଜନାରେ ଟାଙ୍ଗୀଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ବକ୍ତାମାନେ ଉପରୋକ୍ତ ଦାବି ଉପସ୍ଥାପନ କରିବା ସହିତ ଆଗାମୀ ଦିନରେ ସରକାର ଓ ପ୍ରଶାସନ ଏ ଦିଗରେ କିଛି ଆଖି ଦୃଶିଆ ପଦକ୍ଷେପ ନନେଲେ ଆହୁରି ଅଧିକ ସଂଖ୍ୟାରେ ଏକତ୍ରିତ ହୋଇ ନିଜର ହକ୍ ପାଇଁ ଜନଜାତି ସମାଜ ଲଢେଇ ଜାରି ରଖିବ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ ସମାବେଶରେ ବିଶିଷ୍ଟ ସମାଜବେସୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର କର, ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସହସଂଗଠନ ସମ୍ପାଦକ ଶ୍ରୀ ସୁରେଶ କୁମାର ମିଶ୍ର, କଟକ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ସଙ୍ଗଠନ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ସାହୁ, ଶ୍ରୀ ରାଜକିଶୋର ସାହୁ, ଲକ୍ଷ୍ମୀଧର ଦାସ, ସୁଶ୍ରୀ ମମତା ଦାସ, ସୁଭ୍ରାଂଶୁବାଳା ପୁହାଣ ଏବଂ ମମତା ରାଉତ, ତ୍ରିନାଥ ପିଙ୍ଗୁଆ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

Comments
Post a Comment