ଏବିଭିପିର ଛାତ୍ରନେତାଙ୍କୁ ପୋଲିସର ବର୍ବରତା ନିନ୍ଦନୀୟ: ଏବିଭିପି


 ଚଳିତ ବର୍ଷ ଚାଲୁଥିବା ମାଟ୍ରିକ ପରୀକ୍ଷାରେ ଦୁଇ ଦୁଇ ଥର ପ୍ରଶ୍ନପତ୍ର ପରୀକ୍ଷା ଶେଷହେବା ପୁର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ବୋର୍ଡ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇପାରିନାହାନ୍ତି । ପରୀକ୍ଷା ଦେଉଥିବା ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ  ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ  । ଏବିଭିପିର କାର୍ଯ୍ୟକର୍ତ୍ତାମାନେ କଟକର ମାଧ୍ୟମିକ ଶିକ୍ଷା ପରିଷଦ ଏବିଭିପିର ଛାତ୍ରନେତାଙ୍କୁ ପୋଲିସର ବର୍ବରତା ନିନ୍ଦନୀୟ: ଏବିଭିପି କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କୁ ଭେଟି ଏ ବିକ୍ଷୟରେ ଜଣାଇବା ପାଇଁ ଯାଇଥିଲେ । ମାତ୍ର ବିଡମ୍ବନାର ବିଷୟ ଯେ, ବୋର୍ଡ ଅଧ୍ୟକ୍ଷା ଏହା ଉପରେ କୌଣସି ଗୁରୁତ୍ୱ ନଦେଇ ଭାଇରାଲ କରୁଥିବା ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ବୋଲି ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ, ନିଜର ଦୋଷ ଲୁଚାଇବା ପାଇଁ ପୋଲିସ ମାଧ୍ୟମରେ ନିରୀହ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । ସୁରକ୍ଷା ଦେବା ବଦଳରେ ନିଜେ ଡିସିପି ଛାତ୍ରମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । ଏବିଭିପିର ରାଜ୍ୟ ସମ୍ପାଦିକା ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ପୁରୁଷ ପୋଲିସ ବାହୁକୁ ଧରି ଘୋଷାଡି ଘୋଷାଡ଼ି ନେବା ଏବଂ ଦୁର୍ବ୍ୟବହାର କରିବା ଇଂରେଜ ସାମ୍ରାଜ୍ୟର ପୋଲିସର ବର୍ବରତାର ପୁନରାବୃତ୍ତି ଘଟାଇଛି । 

Comments