‘ଘର ହିଁ ବିଦ୍ୟାଳୟ’ ପ୍ରକଳ୍ପ


ଗତ ୧୦ ତାରିଖ ଦିନ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ନୟାଗଡ ପରିସରରେ ଶିକ୍ଷାବର୍ଷ ୨୦୧୮-୧୯ ନାମଲେଖା ପୂର୍ବରୁ ନବାଗତ ଶିଶୁଙ୍କ ମାତାପିତାମାନଙ୍କର ଏକ ପ୍ରଶିକ୍ଷଣ-ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଉପସ୍ଥିତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ରୂପେ ଶିକ୍ଷାବିକାଶ ସମିତି, ଓଡିଶା ପୂର୍ବ ସଂଭାଗର ଶିଶୁବାଟିକା ଶୈକ୍ଷିକ ସଂଯୋଜକ ତପନ କୁମାର ଦାସ ଉପସ୍ଥିତ ରହି “ଏକ ଉତ୍ତମ ଶିଶୁ ଗଠନରେ ପିତାମାତାଙ୍କ ଭୂମିକା ଆଲୋଚନା ସହ ଭାରତୀୟ ମନୋବିଜ୍ଞାନ ଅନୁଯାୟୀ ଶାରୀରିକ, ପ୍ରାଣିକ, ମାନସିକ, ବୌଦ୍ଧିକ ଓ ଆତ୍ମିକ ବିକାଶ ଦ୍ୱାରା ଶିଶୁର ସର୍ବାଙ୍ଗୀଣ ବିକାଶ ସମ୍ଭବ ହୋଇଥାଏ” ବୋଲି ମତବ୍ୟକ୍ତ କରିଥିଲେ । ଗଳ୍ପ କଥନ ଓ ରଙ୍ଗମଞ୍ôଚ ଅଭିନୟପୂର୍ବକ ନୂତନ କ୍ରିୟାକଳାପ ଆଧାରିତ ଶିକ୍ଷା ପ୍ରଦର୍ଶନ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୮୦ ଜଣ ମାତାପିତା ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ଅଖିଳ କୁମାର ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଦେମାତରମ୍ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ
ହୋଇଥିଲା ।

Comments