ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନିଳାଦ୍ରୀ ବିହାର ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ବିହାରୀ ନନ୍ଦ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନର୍ଜି ଇଂଜିନିୟରିଂ କଲେଜର ଚେୟାରମେନ ଶ୍ରୀ ବିନୋଦ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଶିକ୍ଷଣର ଦ୍ୱିତୀୟ ଦିନ କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ ବିଜେପି ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ସାରଦା ପ୍ରସାଦ ଶତପଥି ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ସଂଧ୍ୟା କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଉପସଭାପତି ଶ୍ରୀ ପ୍ରଶାନ୍ତ ରାଉତ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସମାରୋପ ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଏବଂ ପୂର୍ବତନ ବିଧାୟକ ଶ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ । ଦିଲ୍ଲୀ ସୂର୍ଯ୍ୟ ଫାଉଣ୍ଡେସନର ପ୍ରମୁଖ ଭରତରାଜଜୀ ଯୋଗଦେଇ ଏଥିରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଉପସ୍ଥିତ ଶିବିରର୍ଥୀମାନଙ୍କୁ ବାଲ ବିକାଶ କ୍ଷେତ୍ରରେ ଅଧ୍ୟୟନ, ଆଦର୍ଶଗ୍ରାମ ଯୋଜନାରେ ଯୁବକମାନଙ୍କ ଭୂମିକା ସମ୍ପର୍କୀୟ ପ୍ରଶିକ୍ଷଣ, ଭାରତୀୟ ଖେଳ ମାଧ୍ୟମରେ ଯୁବବିକାଶ ଯୁବ ସମ୍ବର୍ନ୍ଧନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆସନ୍ତା ଜୁନ୍ ୨୧ ତାରିଖର ବିଶ୍ୱ ଯୋଗ ଦିବସ କିପରି ହେବା ଦରକାର ତାର ପ୍ରଶିକ୍ଷଣ ଓ ଆଗାମୀ ବର୍ଷାରିତୁରେ ଏହି ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତାମାନେ କିପରି ପ୍ରତି ଗ୍ରାମରେ ୫୦ ଲକ୍ଷ ବୃକ୍ଷରୋପଣ କରିବେ ତାର ଲକ୍ଷ୍ୟ ନେଇଥିଲେ । ଏହି କାର୍ଯ୍ୟକୁ ଓଡିଶା ରାଜ୍ୟ ସଂଯୋଜକ ଶ୍ରୀ ପର୍ଶୁରାମ ବିଶୋଇ ସଂଚାଳନ କରିଥିବା ବେଳେ ସହ ପ୍ରମୁଖ ଗୋ÷ରୀପ୍ରସାଦ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ଏଥିରେ ୧୮ ଟି ଜିଲ୍ଲାରୁ ୬୦ ଜଣ ବଛା ବଛା ସେବକମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା ।

Comments
Post a Comment