ଛତରପୁର ଠାରେ ଗତ ମାର୍ଚ୍ଚ ୨୩ ତାରିଖ ଦିନ ପରମ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତଙ୍କ କରକମଳରେ ମହାରାଜ ଛତ୍ରସାଲଙ୍କ ୫୨ ଫୁଟ ଉଚ୍ଚର ପ୍ରତିମା ଲୋକାର୍ପଣ ହୋଇ ଯାଇଛି ।
ମହାରାଜ ଛତ୍ରସାଲ ସ୍ମୃତି ସୌଧ ସଂସ୍ଥାନର ତିନିବର୍ଷ ପରିଶ୍ରମ ଦ୍ୱାରା ଏହି ପ୍ରତିମୂର୍ତି ନିର୍ମାଣ ହୋଇଛି ।
ଏହି ପ୍ରତିମୂର୍ତିକୁ ଲୋକାର୍ପଣ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘ ଚାଳକ ଡ. ମୋହନ ଭାଗତ ଜୀ କହିଲେ ଯେ, ମହାପୁରୁଷମାନେ ନିଜର ଅଧିକାର ସ୍ଥାପିତ ପାଇଁ ଯୁଦ୍ଧ କରୁନଥିଲେ ବରଂ ଧର୍ମ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ଶତ୍ରୁକୁ କେବେ ହେଲେ ଛାଡୁ ନଥିଲେ । ଯେପର୍ଯ୍ୟନ୍ତ ଧର୍ମ ଓ ସଂସ୍କୃତି ସୁରକ୍ଷିତ ଥିବ ସେପର୍ଯ୍ୟନ୍ତ ସମାଜ ସୁରକ୍ଷିତ ଥିବ । ମହାରାଜ ଛତ୍ରସାଲ ନିସ୍ୱାର୍ଥ ଭାବ ଦ୍ୱାରା ସତ୍ୟ ଓ ଧର୍ମ ମାର୍ଗ ଅନୁସରଣ କରି ଯେଉଁପରି ଉଦ୍ୟମ କରିଥିଲେ ତାହା ଦ୍ୱାରା ଆମର ସଂସ୍କୃତି ସୁରକ୍ଷିତ ରହିଛି । ଆମେ ଏହି ଅବସରରେ ତାଙ୍କ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେବାକୁ ହେବ ବୋଲି ଡ. ଭାଗବତ ଜୀ ପ୍ରକାଶ କରିଥିଲେ ।
ସେ କହିଲେ ଯେ ଭଗବାନ ଶ୍ରୀରାମ ଅନନ୍ତ ଏବଂ ଶାସ୍ୱତ । ସମୟ ସମୟରେ ବିଭିନ୍ନ ରୂପରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ରୂପରେ ଆସି ଦେଶ ଓ ସମାଜକୁ ମାର୍ଗ ଦର୍ଶନ ଦେବାର କାମ ଭାରତ ଛଡା ଅନ୍ୟ କେଉଁ ଦେଶରେ କରି ନାହାଁନ୍ତି । ବୁନ୍ଦେଲଖଣ୍ଡର ଏହି ଭୂମିରେ ମହାରାଜ ଛତ୍ରସାଲଙ୍କ ଆଦର୍ଶକୁ ଜୀବିତ ରଖିବା ପାଇଁ ଏହି ପ୍ରୟାସ କରାଯାଉଛି । ସତ୍ୟ ଅନୁକୂଳ ଅଟେ । ଏହା ବିଜୟୀ ଅଟେ । ଏହାକୁ ପାଇବା ପାଇଁ ତପସ୍ୟା କରିବାକୁ ପଡେ । ସେହି କାରଣରୁ ଆମେ ଛତ୍ରସାଲଙ୍କୁ ସ୍ମରଣ କରି ଏକ ଗୌରବ ଗାଥା ସ୍ଥାପିତ କରିଛୁ କିନ୍ତୁ ଆମକୁ ଛତ୍ରସାଲ ଯେପରି ଥିଲେ ସେପରି ହେବା ପାଇଁ ପ୍ରୟାସ କରିବାକୁ ହେବ । ମହାରାଜ ଛତ୍ରସାଲ ଏପରି ଚେଷ୍ଟା କେବଳ ନିଜ ପାଇଁ କରିନଥିଲେ । ଛତ୍ରସାଲଙ୍କ ପରି ମହାରାଣାପ୍ରତାପ, ଶିବାଜୀ ଆଦି ଅନ୍ୟ ମହାପୁରୁଷମାନେ ମଧ୍ୟ ଏପରି କରିଛନ୍ତି । କାରଣ ଧର୍ମ ଓ ସଂସ୍କୃତି ସୁରକ୍ଷିତ ରହିଲେ ଦୁନିଆ ସୁରକ୍ଷିତ ରହିବ ବୋଲି ଡ. ଭାଗବତଜୀ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୌଧ ସଂସ୍ଥାନର ଅଧ୍ୟକ୍ଷ ଭଗବତ୍ ଶରଣ ଅଗ୍ରୱାଲ, ଗୋ ସମ୍ବର୍ଦ୍ଧନ ବୋର୍ଡ ଅଧ୍ୟକ୍ଷ ସ୍ୱାମୀ ଅଖିଳେଶାନନ୍ଦ, ବୃନ୍ଦାବନ ଧାମର କିଶୋରଦାସଜୀ ମହାରାଜ, ସନ୍ତୋଷୀ ଆଖଡାର ରାମଜୀ ଦାସ ମହାରାଜ, ଦିବ୍ୟଜୀବନ ଦାସଜୀ ମହାରାଜ ପ୍ରମୁଖ ଅନେକ ସାଧୁସନ୍ଥମାନେ ମଂଚାସୀନ ଥିଲେ ।
Comments
Post a Comment