ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ସ୍ୱୟଂସେବକ ଏବଂ ଭାରତୀୟ କିଷାନ ସଂଘର ପୁଣେ ନଗରାଧ୍ୟକ୍ଷ ବାବାସାହେବ ଚୌହାଣଙ୍କ ୭୫ ବର୍ଷ ପୂର୍ତି ଉପଲକ୍ଷେ ଏକ ଭବ୍ୟକାର୍ଯ୍ୟକ୍ରମ ପୁଣେ ଠାରେ ଗତ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ସରକାର୍ଯ୍ୟବାହ ଶ୍ରୀ ସୁରେଶ ଭାୟାଜୀ ଯୋଶୀ ବାବା ସାହେବଙ୍କୁ ମାନପତ୍ର,ସାଲ ଏବଂ ଏକ ଲକ୍ଷ ଟଙ୍କା ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମର୍ପିତ ଏକ ଲକ୍ଷ ଟଙ୍କାକୁ ବାବା ସାହେବ କିସାନ ସଂଘର କାର୍ଯ୍ୟ ପାଇଁ ଦାନ କରିଦେଇଥିଲେ ।
ବାବାସାହେବଙ୍କୁ ସମ୍ମାନୀତ କରି ଭାୟାଜୀ ଯୋଷୀ କହିଲେ ଯେ,ସଂଘର କାର୍ଯ୍ୟ ହେଉଛି ବ୍ୟକ୍ତି ନିର୍ମାଣ । କିନ୍ତୁ ଏହି ପ୍ରକ୍ରିୟା ବଡ କଠିନ । ବାବା ସାହେବଙ୍କ ଜୀବନୀରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ବିଚାର, ବ୍ୟବହାର ତଥା କାର୍ଯ୍ୟରେ ସେ କେବେ ହେଲେ ସାଲିସ କରି ନାହାଁନ୍ତି । ସେ ଶହଶହ କାର୍ଯ୍ୟକର୍ତ୍ତାଙ୍କୁ ସଂଘ ପରିବାରରେ ସାମିଲ କରିଛନ୍ତି । ତାଙ୍କର ସମାଜସେବା କାମରେ ବୟସ, ଶିକ୍ଷା ଓ ଧନ କେବେ ବାଧା ସୃଷ୍ଟି କରିନାହିଁ । ସେ ପ୍ରାମାଣିକତା ସ୍ୱରୂପ କାର୍ଯ୍ୟ କରି ଚାଲିଛନ୍ତି । ତାଙ୍କ ଠାରୁ ପ୍ରେରଣା ପାଇଁ ଶହଶହ ଲୋକ କିସାନ ସଂଘ ସହିତ ଯୋଡି ହୋଇ ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମହାରାଷ୍ଟ୍ରର ସଂଘଚାଳକ ନାନା ଯାଦବଜୀ, ଅମୃତ ମହୋତ୍ସବ ସମିତିର ଅଧ୍ୟକ୍ଷ ଦାଦାସାହେବ ବିଦ୍ରେ ଉପସ୍ଥିତ ଥିଲେ ।
Comments
Post a Comment