ଭାରତୀୟ ମଜଦୁର ସଂଘର ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଶ୍ରମିକ ବିରୋଧୀ ବଜେଟ୍ ବିରୁଦ୍ଧରେ ସପ୍ତାହବ୍ୟାପୀ ଆନ୍ଦୋଳନ ହୋଇଥିଲା । ଇଷ୍ଟକୋଷ୍ଟ ରେଲୱେ ମଜଦୁର ୟୁନିଅନ ଗତ ୨୦ ତାରିଖରେ ସମଗ୍ର ଜୋନ୍ରେ କଳାଦିବସ ପାଳନ କରିଥିଲା ଏବଂ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଶ୍ରମିକ ବିରୋଧୀ ବଜେଟ୍ ବିଷୟରେ ଜୋନ୍ର ବିଭିନ୍ନ ସ୍ଥାନରେ ସାଧାରଣ ସଭାର ଆୟୋଜନ କରିଥିଲା । ଏହି ପରିପ୍ରେକ୍ଷୀରେ ୨୭ ତାରିଖରେ ଏକ ୭ସୂତ୍ରୀ ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଭାତ, ମୁଖ୍ୟ କାର୍ମିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଅପରାହ୍ନରେ ଏକ ସାଧାରଣ ସଭା, ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ଦିଲୀପ କୁମାର ମଲ୍ଲିକ ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି ଓ ଦିଲୀପ କୁମାର ମହାନ୍ତି, ରାଜ୍ୟ ପ୍ରବକ୍ତା, ବିଜେପି, ଓଡ଼ିଶା, ଶ୍ରୀ ସୀତାକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ, ଇଷ୍ଟକୋଷ୍ଟ ରେଲୱେ ମଜଦୁର ୟୁନିଅନ, ଜୋନାଲ୍ କାର୍ଯ୍ୟକର୍ତ୍ତା ଶ୍ରୀ ରଞ୍ଜନ ଦାସ, ବିବେକ ସ୍ୱାଇଁ, ତପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଶାଖା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ ଶ୍ରୀ ଶ୍ରୀକାନ୍ତ ଭୂୟାଁ, ଶାଖା ସଭାପତି ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ସହସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments
Post a Comment