କନ୍ୟାଶିବିର


ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ତୁଳସୀପୁର,କଟକ ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଶିବିରରେ ୬ଷ୍ଠ ଶ୍ରେଣୀଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୦ ଜଣ ଶିଶୁ ଭଉଣୀ ଅଂଶଗ୍ରହଣ କରିଥିଲେ  । ଏହି ଶିବିରର ପ୍ରାରମ୍ଭରେ ଶିଶୁମାନଙ୍କୁ ଯୋଗ ଶିକ୍ଷା ଦିଆଯାଇଥିଲା  । କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରଦ୍ଧାନନ୍ଦ ଆତ୍ମବିଦ୍ୟାବିହାରର ସ୍ୱାମିଜୀ ମହିମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ  ।
ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ତୁଳସୀପୁରସ୍ଥ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ କନ୍ୟାଶିବିର ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ସ୍ତ୍ରୀରୋଗ ବିଶେଷଜ୍ଞ ଡ. ସସ୍ମିତା ସ୍ୱାଇଁ ସ୍ୱାସ୍ଥ୍ୟ ସଚେତନତା ଉପରେ ଶିଶୁମାନଙ୍କ ମାର୍ଗଦର୍ଶନ କରିଥିଲେ  । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ଉଦ୍ୟାପନୀ ଉତ୍ସବରେ ରେଭେନ୍ସା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡ. ଅନୁରାଧା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ  ।
ଅନୁଗୋଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କନ୍ୟା ଶିବିର କାର୍ଯ୍ୟକ୍ରମ
ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଆଧାରରେ ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କନ୍ୟା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଅରୁଣା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବରକୁ ଉଦ୍ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତା କରିଥିଲେ ।

Comments