କେନ୍ଦୁଝର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଶିଶୁବାଟିକା ବିଭାଗର ନୂତନ ଭାବରେ ନାମ ଲେଖାଇବାକୁ ଥିବା ଅଭିଭାବକ ଅଭିଭାବିକାମାନଙ୍କର ଚତୁର୍ଥ ପର୍ଯ୍ୟାୟ ପରିବାର ପ୍ରବୋଧନ କାର୍ଯ୍ୟକ୍ରମ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟବକ୍ତା ଭାବେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର, ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁଝର ବିଭାଗ ନିରୀକ୍ଷକ ଶ୍ରୀନିବାସ ପ୍ରଧାନ, ତୃତୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡରେ ଶିଶୁବାଟିକା ବିଭାଗର ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ସରକାରୀ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରାଧ୍ୟାପକ ନରେନ୍ଦ୍ର କୁମାର ପ୍ରଧାନ ଯୋଗଦେଇଥିଲେ । ଚତୁର୍ଥ ପର୍ଯ୍ୟାୟ ପ୍ରଶିକ୍ଷଣରେ ଶିକ୍ଷା ବିକାଶ ସମିତି, ଉତ୍ତର ସଂଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ନୀଳାମ୍ବର ମହାନ୍ତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁବାଟିକା ପ୍ରମୁଖ ବିଜୟିନୀ ଦେବୀ, ମନସ୍ୱିନୀ ଦାଶ, ପ୍ରଦୀପ ଦାସ, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ସାହୁ, ଆରତି ସାହୁ, ବିଜୟ ବାରିକ, ସୁଜାତା ମିଶ୍ର, ଗଗନ ମହାନ୍ତ, ବନ୍ଦିତା ପାଣିଗ୍ରାହୀ ଓ ଲମ୍ବୋଦର ମହାନ୍ତ ଆଦି ଗୁରୁଜୀଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ପିତାମାତା ଯୋଗ ଦେଇଥିଲେ ।

Comments
Post a Comment