ପାକ ଡପୁଟୀ ହାଇକମିଶନଙ୍କୁ ଜବାବ ତଲବ


 ସୀମାନ୍ତରେ ଗୁଳିଗୋଳା ବର୍ଷଣ ପ୍ରସଙ୍ଗରେ ପାକ ଡେପୁଟୀ ହାଇକମିଶନ ସୟଦ ହାଇଦର ଶାହାଙ୍କୁ ଭାରତ ଜବାବ ତଲବ କରିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୧୯ ତାରିଖରେ ତାଙ୍କୁ ସମନ କରାଯାଇଥିଲା । ଗତ କିଛି ଦିନ ମଧ୍ୟରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଗୋଳା ମାଡ଼ କରୁଛି । ଏହି ଘଟଣାରେ ଜମ୍ମୁ-କାଶ୍ମୀରର ପୁଂଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ଦେବତା ଗ୍ରାମରେ ଗୋଟିଏ ପରିବାରର ୫ ଜଣ ଲୋକଙ୍କ ମୃତ୍ୟୁ ଘଟଥିଲା  । 

Comments