ବିଶ୍ୱହିନ୍ଦୁ ପରିଷଦ ଇନ୍ଦ୍ରପ୍ରସ୍ତ ତତ୍ୱାବଧାନରେ ସନାତନ ଧର୍ମ ପ୍ରତିନିଧି ସଭା ଦିଲ୍ଲୀ, ସନ୍ଥ ମହାମଣ୍ଡଳ ଏବଂ ହିନ୍ଦୁ ପର୍ବ ସମନ୍ୱୟ ସମିତି ଦ୍ୱାରା ଭଗବାନ ଶ୍ରୀରାମ ନବମୀ ଶୋଭାଯାତ୍ରା ଏବଂ ରାମଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀ ରାମଲୀଳା ମଇଦାନରେ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇ ଯାଇଛି । ରାମଜନ୍ମ ଭୂମୀ ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପରେ ଦିଲ୍ଲୀ ରାମଲୀଳା ମଇଦାନ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ୱାମୀ ରାଘବାନନ୍ଦ ମହାରାଜ, ଚମ୍ପତ ରାୟ, ନବଲ କିଶୋର ମହାରାଜ, ବିବେକଶାହ ମହାରାଜ ଆଦି ଅନେକ ସାଧୁସନ୍ଥ ଦ୍ୱୀପ ପ୍ରଜଳନ କରି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ମୁସଲମାନ ଧର୍ମଗରୁମାନେ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରି ବିଶ୍ୱହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀ ଚମ୍ପତରାୟ କହିଲେ ଯେ, ଭଗବାନ ଶ୍ରୀରାମ ସମସ୍ତ ମାନବଙ୍କର ଆରାଧ୍ୟ ପୁରୁଷ, କାରଣ ତ୍ରେତୟା ଯୁଗରେ ଶ୍ରୀରାମଙ୍କର ଜନ୍ମ ହୋଇଥିଲା । ମୁସଲମାନ-ଖ୍ରୀଷ୍ଟିଆନ କିମ୍ବା ଅନ୍ୟ କୌଣସି ଧର୍ମର ପ୍ରଭାବ ସେତେବେଳେ ଧରତ୍ରୀ ଉପରେ ନଥିଲା । ସେ ସମୟର ଜନତା ଭଗବାନ ଶ୍ରୀରାମଙ୍କୁ ନିଜର ଆରାଧ୍ୟ ରୂପରେ ସ୍ୱୀକାର କରିଥିଲେ ।
ସେ କହିଥିଲେ ଯେ, ଭାରତୀୟ ମାନଙ୍କ ଦୁର୍ବଳତା ଯୋଗୁଁ ଶ୍ରୀରାମଜୀଙ୍କ ମନ୍ଦିର ଭାଙ୍ଗି ଯାଇଥିଲା କିନ୍ତୁ ଏବେ ଭାରତ ସ୍ୱାଧିନ ଏବଂ ଶକ୍ତିଶାଳୀ ।
ଏହି ଶୋଭାଯାତ୍ରା ରାମଲୀଳା ମୈଦାନରୁ ବାହାରି ଆସଫ ଅଲ୍ଲୀ ରୋଡ, ଦରିଆଗଂଜ, ଚାନ୍ଦିନୀଚୌକ, ଟାଉନହଲ, ସଦର ବଜାର, ପାହାଡି ଧୀରଜ, ଏମ୍ଏମ୍ରୋଡ, ମାଁଡେଲ ବସ୍ତି ହୋଇ ଗଙ୍ଗେଶ୍ୱର ଧାମ କରେଲ ବାଗ ଠାରେ ସ୍ୱାମୀ ଆନନ୍ଦ ଭାସ୍କର ଜୀଙ୍କ ଆର୍ଶୀବଚନରେ ଶେଷ ହୋଇଥିଲା ।
Comments
Post a Comment