ପାଟଣାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ

ପାଟଣା- ୧୮/୩  : ସରସ୍ୱତି ଶିଶୁ ମନ୍ଦିର ପାଟଣା ଠାରେ ରାଷ୍ଟ୍ରୀୟ ନବ ବର୍ଷ ମହା ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ବିଦ୍ୟାର୍ଥୀ ସମୁହ ରାଷ୍ଟ୍ର ବନ୍ଦନା ହୋଇଥିଲା । ଆଧ୍ୟାତ୍ମିକ ଆସର, ଶ୍ରୀ ଜଗନ୍ନାଥ ତତ୍ୱ, ନବ ବର୍ଷର ମହତ୍ୱ ବିଷୟରେ ଆଲୋଚନା କରିଥିଲେ, ଭଜନ, କୀର୍ତନ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନ ଗୁରୁଜୀ ସତ୍ୟଜିତ୍ ପ୍ରଧାନ, ଗଣେଶ୍ୱର କର, ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରିୟ ନବବର୍ଷର ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ର ଛାତ୍ରୀ ଦିଗ୍ଦର୍ଶନ ଦେଇଥିଲେ । ଉକ୍ତ ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକାମାନେ ସହଯୋଗ କରିଥିଲେ ।

Comments