ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ରିଆମାଳର ଶିଶୁବାଟିକା ବିଭାଗର ‘ଘର ହିଁ ବିଦ୍ୟାଳୟ’ର ଦ୍ୱିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଶିଶୁବାଟିକା ପ୍ରମୁଖ ଭାରତୀ ପ୍ରଧାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ରିଆମାଳ ବ୍ଲକ ଜୋନ୍ ୧ର ଜିଲ୍ଲା ପରିଷଦ ସଦସ୍ୟା କନକ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅନୁନିରୀକ୍ଷକ ପ୍ରମୋଦ ପ୍ରଧାନ ଥିଲେ । ସମ୍ମାନିତ ଅତିଥି ଭାବରେ ଉପସଭାପତି ପ୍ରସନ୍ନ ପ୍ରଧାନ ଓ ଟଙ୍କଧର ସାହୁ ଉପସ୍ଥିତ ଥିଲେ । ପ୍ରାୟୋଗିକ କାଳାଂଶ ପ୍ରଭାତୀ, ପିଙ୍କି ଓ ଗୀତା ଗୁରୁମା ଆଗେଇ ନେଇଥିଲେ । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।
Comments
Post a Comment