ସୀମାନ୍ତରେ ଗୁଳିଗୋଳା ବର୍ଷଣ: ପାକ ଡେପୁଟୀ ହାଇକମିଶନଙ୍କୁ ଜବାବ ତଲବ

ନୂଆଦିଲ୍ଲୀ ,୧୯/୩  : ସୀମାନ୍ତରେ ଗୁଳିଗୋଳା ବର୍ଷଣ ପ୍ରସଙ୍ଗରେ ପାକ ଡେପୁଟୀ ହାଇକମିଶନ ସୟଦ ହାଇଦର ଶାହାଙ୍କୁ ଭାରତ ଜବାବ ତଲବ କରିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୋମବାର ତାଙ୍କୁ ସମନ କରାଯାଇଥିଲା । ଗତ କିଛି ଦିନ ମଧ୍ୟରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଗୋଳା ମାଡ଼ କରୁଛି । ଏହି ଘଟଣାରେ ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ଦେବତା ଗ୍ରାମରେ ଗୋଟିଏ ପରିବାରର ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଥିଲା  । ଏଥିରେ ୩ ଜଣ ଶିଶୁଥିବା ଜଣାଯାଇଛି  । ଅନ୍ୟ ୨ ଜଣ ଶିଶୁ ମଧ୍ୟ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି  । ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୫୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି  । ଭାରତରେ ପାକିସ୍ତାନ କୂଟନୀତିଜ୍ଞମାନଙ୍କୁ ଅଭିସନ୍ଧିମୂଳକ ଭାବେ ହଇରାଣ କରାଯାଉଛି  । ତେଣୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍‍ ହାଇକମିଶନର ସୋହେଲ ମହମୁଦଙ୍କୁ ଇସଲାମାବାଦ ପ୍ରତ୍ୟାହାର କରିନିଆଯାଇଛି  । ତେଣୁ ତାଙ୍କ ସ୍ଥାନରେ ପାକ ଡେପୁଟୀ ହାଇକମିଶନ ସୟଦ ହାଇଦର ଶାହାଙ୍କୁ ଭାରତ ସରକାର ଆଜି ସମନ କରିଥିଲେ

Comments