ଉଦଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ତଦାନ ଶିବିର


ଉଦଳା : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗତ ୨୪ ତାରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼. ଶ୍ୟାମସୁନ୍ଦର ପଣ୍ଡା ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼. ଶିବାନନ୍ଦ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ । ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାଯାଇଛି । ଶିବିରକୁ ସଫଳ କରିବାରେ ସୁଶାନ୍ତ ପଟ୍ଟନାୟକ, ଶକୁନ୍ତଳା ପରିଡ଼ା, ବୀଣାପାଣି ଦାସ, ବନବିହାରୀ ପରିଡ଼ା, ବିଜୟ କୁମାର ପାଢ଼ୀ, ରତ୍ନାକର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଡ଼. ଖଗେଶ୍ୱର ସିଂହ, ସହସମ୍ପାଦକ ଶ୍ରୀଧର ପରିଡ଼ା, କୋଷାଧ୍ୟକ୍ଷ ତପନ କୁମାର ବେହେରା, ପ୍ରଧାନ ଆଚାର୍ଯ୍ୟ ଅଜିତ ମହାପାତ୍ରଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । 

Comments