ଘୁମୁସର ଜିଲ୍ଲା ସଂଘଚାଳକ ଅଭିମନ୍ୟୁ ମାଝୀଙ୍କ ପରଲୋକ


ଗତ ତା ୨୨.୩.୨୦୧୮ ରାତ୍ର ୨.୨୦ ମିନିଟ୍ ସମୟରେ ଘୁମୁସର ଜିଲ୍ଲାର ସଂଘଚାଳକ ଶ୍ରୀ ଅଭିମନ୍ୟୁ ମାଝୀଙ୍କର ଦେହାନ୍ତ ହୋଇଯାଇଛି  । ଶ୍ରୀଯୁକ୍ତ ମାଝୀ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଶିକ୍ଷକତା କରୁଥିଲେ  । ଶିକ୍ଷକତା କରୁଥିବା ସମୟରେ ସଂଘ ସହିତ ଜଡ଼ିତ ହୋଇ ପରବର୍ତୀ ସମୟରେ କବିସୂର୍ଯ୍ୟନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଥିଲେ  । ଶିକ୍ଷକତାରୁ ଅବସର ନେଲା ପରେ ସେ ଘୁମୁସର ଜିଲ୍ଲା ସଂଘଚାଳକ ଦାୟିତ୍ୱରେ ଶେଷ ପର୍ଯ୍ୟନ୍ତ ରହିଥିଲେ  । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି  । ତାଙ୍କ ମୃତ୍ୟୁ ଖବର ପାଇ ଗଞ୍ଜାମ ବିଭାଗ ପ୍ରଚାରକ ଶାନ୍ତନୁ ଭାଇ ଜିଲ୍ଲା ପ୍ରଚାରକ ଲକ୍ଷ୍ମୀ ଭାଇଙ୍କ ସମେତ ନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଂଘର ସ୍ୱୟଂସେବକ, ଶିଶୁମନ୍ଦିର କାର୍ଯ୍ୟକର୍ତା ଓ ଗୁରୁଜୀ ଗୁରୁମା ତଥା ବିଜେପିର ବହୁ କାର୍ଯ୍ୟକର୍ତା ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ  । ସ୍ୱର୍ଗତ ମାଝୀ ଦୀର୍ଘ ୩ମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ  ।

Comments