କେନ୍ଦୁଝରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ


ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦୁଝର ନଗର ତରଫରୁ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବଣିଆପାଟସ୍ଥିତ ମହାବୀର ପ୍ରଭାତ ଶାଖାରେ ନଗରର ସମସ୍ତ ସ୍ୱୟଂସେବକ  ଆଦ୍ୟ ସରସଂଘଚାଳକ ପ୍ରଣାମ କରିଥିଲେ । ପରେ ଶତାଧିକ ସ୍ୱୟଂସେବକମାନେ ଘୋଷବାଦ୍ୟର ତାଳେତାଳେ ପଥସଂଚଳନରେ ନଗର ପରିକ୍ରମା କରିଥିଲେ । ସଂଧ୍ୟାରେ ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଜେଲରୋଡ ଠାରେ ଏକ ଭବ୍ୟ ନବବର୍ଷ ଉତ୍ସବର ଆୟୋଜନ  କରାଯାଇଥିଲା । ଏଥିରେ ନଗର ସଂଘଚାଳକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ବୌଦ୍ଧିକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାନ୍ତ ଗ୍ରାମବିକାଶ ପ୍ରମୁଖ ଅବିନାଶ ଆଚାର୍ଯ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇି ହିନ୍ଦୁ ନବବର୍ଷ ପାଳନ କରିବାର ମହତ୍ୱ  ସଂପର୍କରେ ମତ ପ୍ରକାଶ କରିଥିଲେ । ଏହା ସହ ଗ୍ରାମର ପ୍ରକୃତ ବିକାଶ ଦ୍ୱାରା ଦେଶର ବିକାଶ ହୋଇ ପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘଚାଳକ କୈଳାସ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

Comments