ନୂଆଦିଲ୍ଲୀ,୧୭/୪: ଆର୍ଯ୍ୟ ସମାଜ ଦିଲ୍ଲୀଦ୍ୱାରା ବିଶ୍ୱହିନ୍ଦୁ ପରିଷଦର ନୂତନ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ସଦାଶିବ କୋକଜେ ତଥା ନବନିର୍ବାଚିତ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାରଜୀଙ୍କ ଅଭିନନ୍ଦନ ପାଇଁ ଆର୍ଯ୍ୟସମାଜ କରେଲାବାଗରେ ଯଜ୍ଞ ଆହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଆଲୋକ କୁମାର ଜୀ କହିଲେ ଯେ କୋକଜେ ଜୀ ବିହିପ କାର୍ଯ୍ୟାଳୟରେ ପଦଭାର ଗ୍ରହଣ କରିବା ପରେ ଭଗବାନ ବାଲ୍ମିକୀଙ୍କ ମନ୍ଦିରକୁ ଯାଇଥିଲେ । ଯେଉଁଠାରେ ୨୧୪ଦିନ ମହାତ୍ମା ଗାନ୍ଧି ରହିଥିଲେ । ହିନ୍ଦୁ ସମାଜରେ ଜାତି ପ୍ରଥାକୁ ନେଇ ବିଦ୍ୱେଷଭାବ ସୃଷ୍ଟି ହୋଇଛି । ଯେଉଁଥିପାଇଁ କି ଦଳିତ ଭାଇମାନଙ୍କୁ କଷ୍ଟ ହେଉଛି । ସେହି କଷ୍ଟକୁ ଦୂରକରି ହିନ୍ଦୁ ସମାଜରେ ଏକତା ପାଇଁ ସମରସ ସମାଜ ତିଆରି କରିବାକୁ ହେବ । ଏହା ଆମର ପ୍ରଥମ ପଦକ୍ଷେପ ଅଟେ । ଆଗାମୀ ଦିନରେ ଏକ ସମରସ ଓ ସଂସ୍କାରିତ ସମାଜ ତିଆରି ହେବ ।
ବିଷ୍ଣୁ ସଦାଶିବ କୋକଜେ କହିଲେ ଯେ,ଅନ୍ଧକାର ସମୟରେ ଆର୍ଯ୍ୟ ସମାଜ ଆଲୋକ ଦେଖାଇଛି । ବିକଟ ପରିସ୍ଥିତିରେ ମହର୍ଷି ଦାୟନନ୍ଦ ହିନ୍ଦୁ ସମାଜକୁ ସଂଗଠିତ କରି ସମାଜରୁ କୁରୀତି ଓ ଅନ୍ଧବିଶ୍ୱାସ ଦୁର କରିବା ପାଇଁ ପ୍ରଜତ୍ମ କରିଥିଲେ । ଏହି ବିପରିତ ବାତାବରଣରେ ମହର୍ଷି ଦୟାନନ୍ଦ କୁରୀତି ହଟାଇ ଯଜ୍ଞବିଦ୍ୟାର ପୁର୍ନସ୍ଥାପନ କରିଛନ୍ତି । ଆଜିର ଅନୂକୁଳ ବାତାବରଣରେ ମଧ୍ୟ ହିନ୍ଦୁ ସମାଜରୁ କୁରୀତିକୁ ହଟାଇ ହିନ୍ଦୁ ସମାଜକୁ ପୁଣି ସଂଗଠିତ କରିବାକୁ ହେବ ।
ଗୁରୁକୂଳ କାଗଡୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡା.ମହାବୀର ଜୀ କହିଲେ ଯେ, ଅନ୍ୟମାନଙ୍କର ଆକ୍ରମଣରୁ ବଂଚିବାକୁ ହେଲେ ହିନ୍ଦୁ ସମାଜ ଏକ ହେବାକୁ ହେବ ।
ଆର୍ଯ୍ୟ ପ୍ରତିନିଧି ସଭାର ମହାମନ୍ତ୍ରୀ ବିନୟଜୀ କହିଲେ ଯେ, ଆର୍ଯ୍ୟ ସମାଜ ଓ ହିନ୍ଦୁ ସମାଜରେ କୌଣସି ଅନ୍ତର ନାହିଁ । ଆମ ସମସ୍ତଙ୍କର ଆଧାର ବେଦ, ଯଜ୍ଞ ଏବଂ ଗାୟତ୍ରୀ । ଆମ ସମସ୍ତଙ୍କର ଆଦର୍ଶ ଶ୍ରୀରାମ ଏବଂ ଯୋଗୀରାଜ ଶ୍ରୀକୃଷ୍ଣ । ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଧ୍ୱଜା ତଳେ ଯେଉଁ ପରମ୍ପରା ଚାଲି ଆସୁଛି ସେହି ପରମ୍ପରାକୁ ଏକ ସାଥ, ଏକ ଧ୍ୱଜତଳେ ଆମକୁ ଆଗକୁ ବଢିବାକୁ ହେବ । ଯଦି ଏହା କରିବାକୁ ସକ୍ଷମ ନୁହେଁ ତେବେ ଆମର କର୍ତ୍ତବ୍ୟରେ କେଉଁଠି ଦୁର୍ବଳତା ରହିଛି ବୋଲି ଭାବିବାକୁ ହେବ ।

Comments
Post a Comment