ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ମିଳନୀ

କଟକ, ୧୬/୪ : ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନଠାରେ ସଭାପତି ଗୈାରାଙ୍ଗ ଚରଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରଭାରୀ ଲକ୍ଷ୍ମଣ କୁମାର ଦାସ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଅଶୋକ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂପାଦକ ଭାଗିରଥି ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ କଟକ ଜିଲ୍ଲା ସଂପାଦିକା ଜ୍ୟୋସ୍ôନାରାଣୀ ସିଂହ, ମମତା ଭୋଇ ପ୍ରମୁଖ ଯୋଗଦେଇଥିଲେ । ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ଅଲ
ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ ସାଧାରଣ ସଂପାଦିକା ସୁମିତ୍ରା ମହାପାତ୍ର, କୋଷାଧ୍ୟକ୍ଷା ଗୀତାରାଣୀ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଆସନ୍ତା ୫ ଓ ୬ ତାରିଖ ଦାମନଯୋଡିଠାରେ ଭାରତୀୟ ମଜଦୁର ସଂଘର ହେବାକୁ ଥିବା ସମ୍ମିଳନୀକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ନୂତନ କର୍ମକର୍ତା ଭାବେ କଟକ ଜିଲ୍ଲା ସଭାପତି ଗୈାରାଙ୍ଗ ଚରଣ ରଥ ଉପସଭାପତି ପ୍ରଭାକର ପ୍ରଧାନ, ବୈକୁଣ୍ଠ ବିହାରୀ ନାୟକ, ଜ୍ୟୋସ୍ôନାରାଣୀ ସିଂହ, ସଂପାଦକ ଭାଗିରଥି ବେହେରା, ସହ ସଂପାଦକ ଅଶୋକ ସ୍ୱାଇଁ, ସୁଧିର ନାୟକ, ଲକ୍ଷ୍ମୀଧର ବେହେରା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୁୟାଁଙ୍କ ସମେତ ୧୫ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

Comments