ନୂଆଦଲ୍ଲୀ,୨୭/୪: ବିଶ୍ୱହିନ୍ଦୁ ପରିଷଦ,ଇନ୍ଦ୍ରପସ୍ତ ଆନୁକୂଲ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପରିଷଦର ନବନିର୍ବାଚିତ ଅନ୍ତରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀର ଅନେକ ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ଶୈକ୍ଷଣିକ ସଂଗଠନର ପଦାଧିକାରୀମାନେ ଯୋଗଦେଇଥିଲେ । କନ୍ଷ୍ଟ୍ୟିସନ କ୍ଲବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ରାଘବାନନ୍ଦ ଜୀ ମହାରାଜ ଅଧ୍ୟକ୍ଷତା କରିଥିଲେ । ପରିଷଦର ନବନିର୍ବାଚିତ ଟୋଲି ବାଲ୍ମିକ ମନ୍ଦିର, ଗୁରୁଦ୍ୱାର, ଜୈନ ମନ୍ଦିର ଓ ଆର୍ଯ୍ୟ ସମାଜ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ । '
ବିଶ୍ୱହିନ୍ଦୁ ପରିଷଦର ନୂନତ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ସଦାଶିବ କୋକଜେ କହିଲେ ଯେ, ସାରା ଦେଶରେ ସାମାଜିକ ଭାବ ଜାଗ୍ରତ କରିବା ପାଇଁ କୁରୀତିକୁ ହଟାଇବାକୁ ପଡିବ । ସଂସ୍କାରବାନ ସମାଜ ନିର୍ମାଣକରି ଭାରତୀୟମୂଳ ଧର୍ମକୁ ଏକକରି ଆମେ ହିନ୍ଦୁ ସଂସ୍କୃତିର ସମ୍ବର୍ଦ୍ଧନ କରି ପାରିବା । ଭବ୍ୟ ରାମମନ୍ଦିର ନିର୍ମାଣ, ଗୋରକ୍ଷା ଓ ଗୌରବଶାଳୀ ହିନ୍ଦୁ ସମାଜର ଏକିକରଣ ଆମର ଲକ୍ଷ୍ୟ । ୧୯୬୪ ମସିହାରେ ପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦଜୀ ମହାରାଜ, ପରମପୂଜନୀୟ ଶ୍ରୀ ଗୁରୁଜୀ, କେଏମ୍ ମୁଶୀ ଏବଂ ବଡୋଦରା ର ଜୟଚନ୍ଦ୍ର ବାରିୟାଜୀଙ୍କ ପରି ଶ୍ରେଷ୍ଠ ମହାପୁରୁଷଙ୍କ କରକମଳରେ ସ୍ଥାପିତ ବିଶ୍ୱହିନ୍ଦୁ ପରିଷଦ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁ ହିତପାଇଁ ଅଗଣିତ କାର୍ଯ୍ୟ କରି ଆସିଛି । କିନ୍ତୁ ସେବା, ସମତା, ସମାନତା, ସମରସତା, ସଦ୍ଭାବ, ସଂସ୍କାର ସହିତ ବିଧବା, ପରିତ୍ୟକ୍ତା ଏବଂ ବାସହରାଙ୍କ ସୁରକ୍ଷା ତଥା ସେମାନଙ୍କ ପ୍ରତି ସମ୍ମାନ ଆଦି ଅନେକ ବିଷୟ ପାଇଁ କାମ କରିବାକୁ ଅଛି । ଆମର ଏହି ନୂତନ ସମିତି କାନ୍ଧରେ ଏହି ଦାୟିତ୍ୱ ରହିଛି ।
ସେ କହିଲେ ଯେ ସଂଗଠନର ପଦାଧିକାରୀଙ୍କ ଚେହେରା ବଦଳି ଯାଇଛି କିନ୍ତୁ ଏଜେଣ୍ଡା ନୁହେଁ । ଆଜି ଏହି ସଭାଗୃହରେ ଉପସ୍ଥିତ ବରିଷ୍ଠ ତଥା ଆତ୍ମୀୟ ବ୍ୟକ୍ତିଙ୍କ ଉପସ୍ଥିତି ଓ ସ୍ନେହ ମୋର ବିଶ୍ୱାସକୁ ଦୃଢ କରିଛି । ଆମେ ଏହି କାମ ପୂଜ୍ୟସନ୍ଥଙ୍କ ଆର୍ଶୀବାଦ ତଥା ଆପଣମାନଙ୍କ ସହଯୋଗରେ ସହଜରେ ସଫଳତାର ସହ କରିପାରିବୁ ।
ଏହି ସ୍ୱାଗତ ସମାରୋହରେ ବିହିପର ଅନ୍ତରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିନାୟକ ରାଓ ଦେଶପାଣ୍ଡେ ଜୀ, ଦିନେଶ ଚନ୍ଦ୍ର ଜୀ, ଅନ୍ତରାଷ୍ଟ୍ରୀୟ ଉପାଧ୍ୟକ୍ଷ ଚମ୍ପତରାୟଜୀଙ୍କ ସମେତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ବିହିପ, ବଜ୍ରଙ୍ଗଦଳ, ଦୁର୍ଗାବାହିନୀର ଅନେକ ପଦାଧିକାରୀ ତଥା ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
Comments
Post a Comment