ଇତିହାସାୟନର “ଭାରତର ମନ୍ଦିର ଶିଳ୍ପକଳା ସ୍ଥାପତ୍ୟ ର କ୍ରମବିକାଶ” ବିଶେଷାଙ୍କ ଉନ୍ମୋଚନ ଉତ୍ସବ


ଭୁବନେଶ୍ୱର: ୨୯ ।୦୪, ଇତିହାସ ଯେକୌଣସି ଦେଶର ଆତ୍ମସ୍ୱରୂପ । ଗୌରବପୂର୍ଣ୍ଣ ଇତିହାସ ସେହି ଦେଶର ଉତ୍ତରପିଢିକୁ ସମୃଦ୍ଧି  ପଥରେ ଅଗ୍ରସର ହେବାପାଇଁ ମାର୍ଗଦର୍ଶନ କରିଥାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟଯେ, ଭାରତର ଇତିହାସ ଆଜି ବିଦେଶୀ ଚକ୍ରାନ୍ତର ଶିକାର ହୋଇଛି । ଭାରତୀୟ ଇତିହାସ ସଂକଳନ ସମିତି, ଓଡ଼ିଶା ଅମ ରାଜ୍ୟ ଓଡ଼ିଶା ତଥା ଦେଶର ଗୌରବ ପୂର୍ଣ୍ଣ ଇତିହାସର ପୁନଃ ରଚନା ପାଇଁ ପ୍ରୟାସରତ । ସମିତି ଏହାର ଷଡମାସିକ ପତ୍ରୀକା ମୁଖପତ୍ର ଇତିହାସାୟାନ ମାଧ୍ୟମରେ ଶହୀଦ୍ ବିଶେଷାଙ୍କ, ସମରସତା ବିଶେଷାଙ୍କ, ପାଇକ ବିଦ୍ରୋହ ବିଶେଷାଙ୍କ ପ୍ରଭୃତି ସାଧାରଣ ଜନତାଙ୍କ ମଧ୍ୟରେ ପହଞ୍ଚାଇ ପାରୁଛି ।

ଏହି କ୍ରମରେ ଇତିହାସାୟନ ଚତୁର୍ଥ ଅଙ୍କ “ଭାରତୀୟ ମନ୍ଦିର ଶିଳ୍ପକଳା ସ୍ଥାପତ୍ୟର କ୍ରମବିକାଶ” ବିଶେଷାଙ୍କ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରୁଅଛି । ଏହି କାର୍ଯ୍ୟକ୍ରମରେ ଡ଼. ବିଜୟ କୁମାର ରଥ, ଅବସର ପ୍ରାପ୍ତ ଅଧ୍ୟକ୍ଷ, ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ, ଡ଼. ଦଧିବାମନ ମିଶ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଇତିହାସ ବିଭାଗ, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁର, ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ଼. ରଘୁନାଥ ମହାପାତ୍ର, ଭୁବନେଶ୍ୱର, ପ୍ରାଧ୍ୟାପକ ଶ୍ରୀ ବିକ୍ରମ କେଶରୀ ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ, ଭାରତୀୟ ଇତିହାସ ସଂକଳନ ସମିତି, ଓଡ଼ିଶା, ମଞ୍ଚାସୀନ ହୋଇ ମାର୍ଗଦର୍ଶନ କରିଥିଲେ । “ଭାରତୀୟ ମନ୍ଦିର ଶିଳ୍ପକଳା ସ୍ଥାପତ୍ୟର କ୍ରମ ବିକାଶ” ବିଶେଷାଙ୍କର ପ୍ରକାଶନରେ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଓଡ଼ିଶାର ମନ୍ଦିର ଶିଳ୍ପକଳାରେ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ମାନବ ସମାଜକୁ ମାର୍ଗଦର୍ଶନ କରେନାହିଁ ବରଂ ସାମାଜିକ ସମରସତା, ରାଜ୍ୟ ଶାସନ ପଦ୍ଧତି, ବିଜ୍ଞାନ, କାରିଗରୀ ର ଉତ୍କୃଷ୍ଟତା, ପରିବେଶ ସୁରକ୍ଷା, ପ୍ରଜାନୁରଞ୍ଜନ ରାଜା ମାନଙ୍କ ଦ୍ୱାରା ହୋଇଥିବା ଜନ ମଙ୍ଗଳ କାର୍ଯ୍ୟ ମୁକସାକ୍ଷୀ ମଧ୍ୟ । ଏହି ପୁସ୍ତକ ପ୍ରକାଶନ ଦ୍ୱାରା ମନ୍ଦିର ଶିଳ୍ପକଳା ପରିଦର୍ଶନ ସମୟରେ ସାଧାରଣ ଜନତାଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ହେବ । ଉତ୍କଳର ମନ୍ଦିର ଶିଳ୍ପକଳାର ଉତ୍କୃଷ୍ଟତା ଅନୁଭବ ହେବ । ଶେଷରେ ଡ଼. ଗିରିଜା ଶଙ୍କର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ବନ୍ଦେମାତରଂ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Comments