ଇସଲାମାବାଦ, ୧୫/୪ : ପାକିସ୍ତାନରେ ଥିବା ପଞ୍ଜାସାହି ଗୁରୁଦ୍ୱାରାକୁ ପର୍ଯ୍ୟଟନରେ ଯାଇଥିବା ପ୍ରାୟ ୧୮୦୦ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କୁ ପାକିସ୍ତାନ ଜାଣିଶୁଣି ହଇରାଣ କରୁଛି । ସେମାନଙ୍କୁ ଗତ ୧୨ ତାରିଖରୁ ହଇରାଣ କରାଯାଉଛି । ଏପିରିକି ପାକିସ୍ତାନରେ ଥିବା ଭାରତୀୟ କୂଟନୀତିଜ୍ଞ ସେମାନଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି । ଏଥିନେଇ ଭାରତୀୟ ସରକାର ପାକିସ୍ତାନ ନିକଟରେ ଆପତି କରିଛନ୍ତି । ବୈଶାଖୀ ଅବସରରେ ଗୁରୁଦ୍ୱାର ପଞ୍ଜାସାହିରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିଖମାନେ ଯୋଗ ଦେଇଥାନ୍ତି ।
Comments
Post a Comment