ଭୁବନେଶ୍ୱର(୨୪/୦୪)-ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ଷୋଡଶ ନାରଦ ସମ୍ମାନ’ ଆସନ୍ତା ୨ ମେ ୨୦୧୮ରିଖ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ,ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡା.ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ମାଖନଲାଲ ଚତୁର୍ବେଦୀ ପତ୍ରକାରିତା ବିଶ୍ୱବିଦ୍ୟାଳୟ,ଭୋପାଳର କୂଳପତି ତଥା ଇଣ୍ଡିଆ ଟୁଡେର ପୂର୍ବତନ କାର୍ଯ୍ୟ ନିର୍ବାହୀ ସଂପାଦକ ଶ୍ରୀ ଜଗଦୀଶ ଉପାସନେ ମୁଖ୍ୟବକ୍ତାରୂପେ ଯୋଗଦେବେ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀ ପ୍ରକାଶ କରିଛନ୍ତି ।
ଶ୍ରୀ ପାଢୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ମେ ୧ ତାରିଖ ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ ଏବଂ ତାପରଦିନ ଅର୍ଥାତ ମେ ୨ ତାରିଖ ଦିନ ଆମ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ‘ଷୋଡଶ ନାରଦ ସମ୍ମାନ’ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ । ଗଣତାନ୍ତ୍ରୀକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା, ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ଦୀର୍ଘ ୧୬ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି ।

Comments
Post a Comment