ଖୋର୍ଦ୍ଧା, ୧୫/୪ : ସ୍ଥାନୀୟ ବରୁଣେଇ ପାଦଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ଜିଲ୍ଲା ସ୍ତରୀୟ ନୂତନ ଓ ପୁରାତନ କାର୍ଯ୍ୟକର୍ତା ବନ୍ଧୁମିଳନ କାର୍ଯ୍ୟକ୍ରମ ପରିଷଦର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଶିବ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ପ୍ରାରମ୍ଭରେ ମହାନ୍ ସମାଜ ସଂସ୍କାରକ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସମସ୍ତ କାର୍ଯ୍ୟକର୍ତାଙ୍କ ମଧ୍ୟରେ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ସମସ୍ତ ପୂରାତନ ଓ ନୂତନ କର୍ମକର୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ଏହାଦ୍ୱାରା ପରିଷଦର କାର୍ଯ୍ୟ ଆହୁରି ବ୍ୟାପକ ହୋଇପାରିବ, ପରିଷଦର ରାଷ୍ଟ୍ରୀୟ ସଂମ୍ପାଦକ ଶ୍ରୀମାନ ଅଭିଲାସ ପଣ୍ଡା ଯୋଗଦେଇ ପରିଷଦର ବିଭିନ୍ନ ବହୁମୁଖି କାର୍ଯ୍ୟପଦ୍ଧତି କିଭଳି ଦେଶରେ ବିଦ୍ୟାର୍ଥୀ ତଥା ଶିକ୍ଷକ ସମାଜରେ ସଂସ୍କାର ଆଣିପାରିଛି ତାହା ବର୍ଣ୍ଣନା କରିଥିଲେ । ପରିଷଦର ନଗର ସଭାପତି ଅଧ୍ୟାପକ ଅଜୟ କୁମାର ମିଶ୍ର, ପୂର୍ବତନ ସଭାପତି ଅଶକ କୁମାର ନନ୍ଦ, ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ଗନ୍ତାୟତ, ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ, ରାଜନେତା ସନ୍ତୋଷ ଜେନା, ସାମ୍ବାଦିକ ରାମନାରାୟଣ ଦାଶ, ବରିଷ୍ଟ ଆଇନ୍ଜୀବି ଅଶୋକ କୁମାର ମହାପାତ୍ର, ସମରେନ୍ଦ୍ର ବଳିୟାରସିଂହ, ଦିଲିପ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ସେମାନଙ୍କ ବିଦ୍ୟାର୍ଥୀ ଜିବନର ଅଭିଜ୍ଞତା ପ୍ରତିପାଦନ କରି କିଭଳି ବହୁ ବାଧା ବିଘ୍ନ ମଧ୍ୟରେ ପରିଷଦର କାମକୁ ଆଗକୁ ନେଇଥିଲେ ତାହା ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ସରୋଜ କୁମାର ପାଲଟାସିଂହ, ସୁସାନ୍ତ ମୋହନ ପଟ୍ଟନାୟକ ଓ ନଗର ସଂମ୍ପାଦକ ରାକେଶ କୁମାର ବାରିକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ବିଶୋଇ, ମଳୟ ବେହେରା, ପ୍ରତାପ କୁମାର ବରାଳ, ରାଜିବ୍ ଲୋଚନ ମହାପାତ୍ର, କିଶୋର ଚନ୍ଦ୍ର ବରାଳ, ଅରବିଲ ମହାପାତ୍ର, ଅମୀୟ ପରିଡା, ଅହଲ୍ୟା ଶ୍ରୀଚନ୍ଦନ, ଅନନ୍ୟା ପ୍ରୀୟଦର୍ଶୀନି ପଣ୍ଡା, ଲକ୍ଷ୍ମୀପ୍ରିୟା ଖଟେଇ, ସ୍ମୃତିଲିପି ପାତ୍ର, ପ୍ରବିଣା ପଟ୍ଟନାୟକ, ନିବେଦିତା ପାଲଟାସିଂହ, ରଶ୍ମୀରାଣୀ ନନ୍ଦ ଯୋଗଦେଇ ସହୋଯଗ କରିଥିଲେ ।

Comments
Post a Comment