ବଜରଙ୍ଗଦଳ କେନ୍ଦ୍ରାପଡା ଶ୍ରୀ ବଳଦେବଜୀବ ଠାରୁ ତିନିମୁହାଣୀ ରାମମନ୍ଦିର ପର୍ଯ୍ୟନ୍ତ ମହାବିଷୁବ ସଂକ୍ରାନ୍ତି ହନୁମାନଜୟନ୍ତୀ ରେ ଏକ ବିଶାଳ ଶୋଭାଯାତ୍ରା
କେନ୍ଦ୍ରାପଡା : ପବିତ୍ର ପଣା ସଂକ୍ରାନ୍ତୀ ତଥା ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କେନ୍ଦ୍ରାପଡା ଶାଖା ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ବଜରଙ୍ଗ ଦଳ ସଂଯୋଜକ ଅକ୍ଷୟ କୁମାର ସେନାପତି, ଧର୍ମଜାଗରଣ ସମନ୍ୱୟ ସଂଯୋଜକ ବିବେକାନନ୍ଦ ମହାରଣା ଏବଂ ଧର୍ମରକ୍ଷା ସେନା ପୂର୍ବପ୍ରାନ୍ତ ପ୍ରମୁଖ ଉମେଶ ଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ପ୍ରାୟ ୫ ହଜାରରୁ ଊଦ୍ଧ୍ୱର୍ ବଜରଙ୍ଗ ଦଳର କର୍ମୀମାନେ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରଥମେ ଶୋଭାଯାତ୍ରାକାରୀମାନେ ଗୈରୀକ ପତାକା ସହ ଇଛାପୁରର ବଳଦେବ ଜୀଉ ମାଉସି ମା ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା କେଶପୁର ବଜାର, ଶାନ୍ତ ସାହି, ବଳଗଣ୍ଠି ବଜାର, ପୁରୁଣା ମୋଟରଷ୍ଟାଣ୍ଡ, ବଡ ହାଟ ଓ ନୂଆ ବସଷ୍ଟାଣ୍ଡ ପଛରେ ତିନି ମୁହାଣୀ ରାମ ମନ୍ଦିର ନିକଟକୁ ଆସିଥିଲେ । ଏହି ବିଶାଳ ଶୋଭାଯାତ୍ରା ଦେଖିବାକୁ ସହରରେ ଲୋକାରଣ୍ୟ ହୋଇପଡିଥିଲା । ସହରର ବିଭିନ୍ନ ଛକ ସ୍ଥାନରେ ସ୍ଥାନୀୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପଣା ବଂଟନ କରାଯାଇ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଆନନ୍ଦ ଜୀ ପାଣ୍ଡେ ସେବା ପ୍ରମୁଖ ହରିଶ ପ୍ରଧାନ, ରାଜ୍ୟ ବଜରଙ୍ଗ ଦଳ ସଂଯୋଜକ ମାନସ ମହାନ୍ତି, ରାଜ୍ୟ ସୁରକ୍ଷା ପ୍ରମୁଖ ହିମାଂଶୁ ଭୁଷଣ ଦାଶ ଏବଂ ରାଜ୍ୟ ସପ୍ତାହିକ ମିଳନ ପ୍ରମୁଖ ରାଜକିଶୋର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ବାନାମ୍ବର ସାହୁ, ଗୋପିନାଥ ତ୍ରିପାଠୀ, ଭିଏମ୍ଏସ୍ର ପ୍ରଭାତ କୁମାର ପାଣି, ଆଶିଷ ପାଣି, ଧର୍ମରକ୍ଷା ସେନାର ତିଳକ ପାଣ୍ଡବ, ବଜରଙ୍ଗ ଦଳର ସରୋଜ ଦାଶ, ସଂଜୟ ଓଝାଙ୍କ ସହ ବହୁ କାର୍ଯ୍ୟକର୍ତା ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।
ବଜରଙ୍ଗ ଦଳ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ର ଯୋଗଦେଲେ ବିଶ୍ଵ ହିନ୍ଦୁ ପରିଷଦ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଯୁକ୍ତ ଆନନ୍ଦ ପାଣ୍ଡେ ରାଜ୍ୟ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାନ୍ତି ରାଜ୍ୟ ସୁରକ୍ଷା ପ୍ରମୁଖ ହିମାଂଶୁ ଦାସ ଓ ସାପ୍ତାହିକ ମିଲନ ପ୍ରମୁଖ ରାଜକିଶୋର ନାୟକ ଓ ପରିଚାଳନା କରିଥିଲେ ଜିଲ୍ଲା ଜିଲ୍ଲା ସଂଯୋଜକ ଅ କ୍ଷ ୟ ସେନାପତି
Comments
Post a Comment