କୋଲକାତା,୧୬/୪ : ପ୍ରାଚୀନ ସିନ୍ଧୁ ସଭ୍ୟତା ସମ୍ପର୍କରେ ଯେଉଁ ଏ୍ୟ÷ତିହାସିକ ତଥ୍ୟ ପ୍ରକାଶ ପାଇଆସିଛି ଏବେ ତାର ପରିବର୍ତନ କରିବାକୁ ପଡିପାରେ । ଏ୍ୟ÷ତିହାସିକ ଏହାକୁ ୫,୫୦୦ବର୍ଷର ପୁରୁଣା ସଭ୍ୟତା କହିଆସୁଥିବାବେଳେ ଆଇଆଇଟି ଖଡଗପୁରର ବୈଜ୍ଞାନିକ ଓ ପ୍ରତ୍ନତତ୍ୱ ବିଭାଗର ସର୍ଭେ ଏହାକୁ ୮୦୦୦ ବର୍ଷର ପୁରୁଣା ସଭ୍ୟତା କହିଛି । ଇଜିପ୍ଟ ସଭ୍ୟତା (ଖ୍ରୀଷ୍ଟପୂର୍ବ ୭୦୦୦ରୁ ୩୦୦୦) ଏବଂ ମେସୋପଟାମିଆଁ ସଭ୍ୟତା (ଖ୍ରୀଷ୍ଟପୂର୍ବ ୬୫୦୦ରୁ ୩୧୦୦)ର ବହୁ ପୂର୍ବରୁ ଏହି ସଭ୍ୟତା ଗଢିଉଠିଥିଲା ।
ଗବେଷକମାନେ ସିନ୍ଧୁ ସଭ୍ୟତା ନିକଟରୁ ପ୍ରାକ୍ ହରପପ୍ପା ସଭ୍ୟତାର କେତେକ ପ୍ରମାଣ ପାଇଛନ୍ତି । ଜୀବଜନ୍ତୁଙ୍କ ହାଡ, ସିଙ୍ଘ ଓ ନଖ ଆଦିର ପରୀକ୍ଷା କରିବା ପରେ ଏହି ସଭ୍ୟତା ସମ୍ପର୍କରେ ନୂଆ ପ୍ରମାଣ ମିଳିଛି । ୩୦୦୦ବର୍ଷ ତଳେ ଏହି ସଭ୍ୟତା ଲୋପ ପାଇଯାଇଥିବାବେଳେ ଜଳବାୟୁ ପରିବର୍ତନକୁ ମୁଖ୍ୟ କାରଣ ଦର୍ଶାଯାଇଛି । ଆଇଆଇଟି
ଖଡ଼ଗପୁରର ଗବେଷକମାନେ ଦର୍ଶାଇଛନ୍ତି ଯେ, ପ୍ରାୟ ୯ଶହ ବର୍ଷ ଧର ସିନ୍ଧୁ ଉପତ୍ୟକାରେ ମୌସୁମୀ ବର୍ଷା ନ ହେବାରୁ ଏହି ସଭ୍ୟତା ସମ୍ପୂର୍ଣ୍ଣ ଲୋପ ପାଇଥିଲା ବୋଲି ମର୍ଯ୍ୟାଦାଜନକ କ୍ୱାର୍ଟରନାରୀ ଇଂଟରନ୍ୟାସନାଲ ପତ୍ରିକାରେ ଏହା ପ୍ରକାଶ ପାଇଛି । ସିନ୍ଧୁନଦୀ କୂଳରେ ଗଢିଉଠିଥିବା ଏହି ସଭ୍ୟତାର ଲୋକେ କୃଷି ଉପରେ ନିର୍ଭର କରିଆସୁଥିଲେ । ସୌମୁମୀ ବାୟୁ ଜନିତ ବର୍ଷା ଉପରେ ଅଧିକାଂଶ କୃଷିକାର୍ଯ୍ୟ ନିର୍ଭର କରିଆସୁଥିଲା । ବର୍ଷା ହ୍ରାସ ପାଇବାରୁ କୃଷି ଉତ୍ପାଦନ ହ୍ରାସ ପାଇଥିଲା । ଆଇଆଇଟି ଖଡଗପୁରର ଭୂତତ୍ୱ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ମୁଖ୍ୟ ଅନିନ୍ଦ୍ୟ ସରକାରଙ୍କ ନେତୃତ୍ୱରେ ଗଠିତ ଦଳ ହରିୟାଣାର ଦୁଇଟି ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ କରିବାକୁ ପ୍ରୟାସ ଚଳାଇଥିବାବେଳେ ଏହି ନୂଆ ତଥ୍ୟ ପାଇଛନ୍ତି । ଗବେଷକମାନେ କହିଛନ୍ତି ସିନ୍ଧୁ ସଭ୍ୟତା ସିନ୍ଧୁ ନଦୀ କୂଳରୁ ସରସ୍ୱତୀ ନଦୀ କୂଳ ପର୍ଯ୍ୟନ୍ତ ବ୍ୟାପିଥିଲା ।

Comments
Post a Comment