କେନ୍ଦୁଝର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡରେ ତୃତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ଯାଏଁ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ
ଅଧିକାରୀ ବିକ୍ରମ ମୁଣ୍ଡା, ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ, ପରିଚାଳନା ସମିତିର ଉପସଭାପତି ଇଂ. ହରମୋହନ ପଟ୍ଟନାୟକ ଓ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଂଚମ ଶ୍ରେଣୀରେ ବୃତି ପାଇଥିବା ଶ୍ରାବଣୀ ମହାନ୍ତ, ଶ୍ରାବଣୀ ସ୍ମୃତିରେଖା ପଢିଆରୀ, ମାନସ ରଂଜନ ଦୀକ୍ଷିତ ଓ ମୌସୁମୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା ।
Comments
Post a Comment