ହିନ୍ଦୁ ସମାଜରୁ ଅସ୍ପୃଶ୍ୟତା ସଂପୂର୍ଣ୍ଣ ରୂପେ ଶେଷ ହେବା ଉଚିତ୍ : ପ୍ରଫେସର ରାକେଶ ସିହ୍ନା



ଜୟପୁର,୧୬/୪: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ବିକାନେର ମହାନଗର  ତରଫରୁ ଡାକ୍ତର ଆମ୍ବେଦକର ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ରାଜରତନ ପ୍ୟାଲେସ, ରାଣୀ ବଜାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରାକେଶ ସିହ୍ନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ବାବା ସାହେବ ଆମ୍ବେଦକରଙ୍କ ବିଚାର ଉପରେ ମତବ୍ୟକ୍ତ କରିଥିଲେ ।

ହିନ୍ଦୁ ସମାଜରୁ ଅସ୍ପୃଶ୍ୟତାକୁ ସମୂଳେ ନଷ୍ଟ କରିବାକୁ ଆହ୍ୱାନ ଦେଇ ପ୍ରଫେସର ସିହ୍ନା କହିଲେ ଯେ,ଭାରତୀୟ ଧର୍ମ ଓ ଚିନ୍ତନରେ ବଂଚିତ ସମାଜର ଉଲ୍ଲେଖନୀୟ ଅବଦାନ ରହିଛି । ବାଲ୍ମୀକି ଓ ବେଦବ୍ୟାସ ଭାରତୀୟ ବିଚାରର ସ୍ରଷ୍ଟାରୂପେ ପରିଚିତ । ହିନ୍ଦୁ ଧର୍ମ ଓ ସଂସ୍କୃତି ପାଇଁ ଅନୁସୂଚିତ ସମାଜର ଯୋଗଦାନ ଅମୂଲ୍ୟ ଅଟେ । ଓଦା ଦେବୀ ଏବଂ ହୋଲକାରୀ ବାଇଙ୍କ ପରି ବଂଚିତ ସମାଜର ବୀରାଙ୍ଗନାମାନେ ଭାରତମାତାର ପ୍ରତିକୃତି ଅଟନ୍ତି । ଭାରତୀୟ ସମାଜକୁ ଖଣ୍ଡ ଖଣ୍ଡ କରିବା ପାଇଁ ଚକ୍ରାନ୍ତ କରୁଥିବା ଷଡଯନ୍ତ୍ରକାରୀମାନଙ୍କୁ ସେ   ଚେତାଇ ଦେଇଛନ୍ତି ଯେ ଏବେ ବି ସମୟ ଅଛି ଭାରତକୁ ପରମ ବୈଭବଶାଳୀ କରିବା ପାଇଁ ସମସ୍ତଙ୍କୁ ବାବା ସାହେବଙ୍କ ପଦାଙ୍କ ଅନୁକରଣ କରିବାକୁ ହେବ । ଏହି କାର୍ଯ୍ୟକ୍ରମରେ ବିକାନେର ମହାପୌର ନାରାୟଣ ଚୋପଡା, ଡା.ପି.କେ ବୀରବଲଜୀ, ସୁବୋଧ ଗୀରିଜୀ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ୩ ହଜାରରୁ ଉଦ୍ଧ୍ୱର୍ ସର୍ବ ସମାଜ ବନ୍ଧୁଙ୍କର ସହଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments