କଟକ, ୧୬/୪: କଂସେଇଖାନା ଆଇନକୁ ଉଲ୍ଲଙ୍ଘନ କରି ସହରରେ ବେଧଡକ ଗୋହତ୍ୟା ଓ ବେଆଇନ କଂସେଇଖାନା ଚାଲୁଥିବାରୁ ଏହାକୁ ରୋକିବା ପାଇଁ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ୨୫ ଜଣ ସଦସ୍ୟ କଟକରେ ଡେରା ପକାଇଛନ୍ତି । ବିଭିନ୍ନ କଂସେଇଖାନାକୁ ଯାଇ ସ୍ଥିତି ପରଖିବା ସହ ବେଆଇନ ଗୋ ହତ୍ୟା ସଂପୂର୍ଣ୍ଣ ଭାବେ ରୋକିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଡିସିପି ଅଖିଳେଶ୍ୱର ସିଂହ ଓ କଟକ ମହାନଗର ନିଗମ ଅତିରିକ୍ତ କମିଶନର ରମେଶ ବେହେରାଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ସହଯୋଗ ପାଇବାର ଭରସା ଓ ଆଶ୍ୱାସନା ପାଇଥିବା ଏହାର ସଦସ୍ୟ ରୁମା ଜଲାନୀ, ପୁନମ କାପୁର, ଆନନ୍ଦ ମେହେଟ୍ଟ୍ା, ହେମାନୀ ଶର୍ମା, ସି ମାହେଶ୍ୱରୀ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା କଂସେଇଖାନା ପାଇଁ ୫୪୦ ପୃଷ୍ଠାର ବିଧେୟକ
ପ୍ରଚଳନ କରାଯାଇଥିବା ଏବଂ ରାଜ୍ୟରେ ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଥିବା ବେଳେ ଏସବୁକୁ କାର୍ଯ୍ୟକାରୀ କରାଯାଉନାହିଁ । ଏନଆଇଇ ରିପୋର୍ଟ ଅନୁଯାୟୀ କଟକରେ ବହୁଳ ପରିମାଣରେ ବେଆଇନ ଗୋ ହତ୍ୟା ହେଉଥିବାରୁ ମନ୍ତ୍ରଣାଳୟ ଦ୍ୱାରା ଏହାର ସଦସ୍ୟମାନଙ୍କୁ ଏଠାକୁ ପଠାଯାଇଥିବା ସେମାନେ ସୂଚନା ଦେଇଛନ୍ତି । ଗଳିକନ୍ଦିରେ ଖୋଲା ସ୍ଥାନରେ ଅତ୍ୟନ୍ତ ନୃଶଂସ ଭାବେ ଗୋ ହତ୍ୟା କରାଯାଉଥିବା ବେଳେ ଛୋଟ ଛୋଟ ବାଛୁରୀମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି । ଗୋ ହତ୍ୟା ପରେ ସଂପୃକ୍ତ ସ୍ଥାନରେ ଗୋ ରକ୍ତ, ଚମଡା, ମାଂସ ଆଦି ପଡିରହୁଥିବାରୁ ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ମାତ୍ର ଦୁଇଟି କଂସେଇଖାନା ପାଇଁ ଅନୁମତି ରହିଥିବା ବେଳେ ୨୦୦ରୁ ଅଧିକ ଦୋକାନ ରହିଥିବା ସେମାନେ ଦର୍ଶାଇଛନ୍ତି । ସିଏମସି ଅତିରିକ୍ତ କମିଶନର ଶ୍ରୀ ବେହେରା ନିକଟରେ ଆନିମଲ ହଜ୍ବାଣ୍ଡ୍ରି, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ପ୍ର୍ଦୂଷଣ ନିୟନ୍ତ୍ରଣ ବୋର୍ଡ ଆଦି ବିଭାଗର ସମନ୍ୱୟ ବୈଠକ ଡକାଇ ବେଆଇନ କଂସେଇଖାନା ବନ୍ଦ୍ କରିବା ଓ ଗୋ ହତ୍ୟା ରୋକିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ତେବେ ଏହାକୁ ସଂପୂର୍ଣ୍ଣ ନିଷେଧ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ସଦସ୍ୟମାନେ
ସୂଚନା ଦେଇଛନ୍ତି ।

Comments
Post a Comment