ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ସଂଘଶିକ୍ଷାବର୍ଗ ଉଦ୍ଘାଟିତ


ଭୁବନେଶ୍ୱର,ଯାଜପୁର(୧୩/୦୫): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରଥମବର୍ଷ ସଂଘଶିକ୍ଷାବର୍ଗ ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ମଧୁସୁଦନ ନଗର ଠାରେ ଆଜି ଉଦ୍ଘାଟିତ ହୋଇ ଯାଇଅଛି ।  ସଂଘର ଅଖିଳ ଭାରତୀୟ ସହପ୍ରଚାରକ ପ୍ରମୁଖ ଅଦୈତ ଚରଣ ଦତ, ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଏବଂ ବର୍ଗାଧିକାରୀ ଶ୍ରୀ ମନରଞ୍ଜନ ସାହୁ ଭାରତମାତାଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥଲେ ।
ମୁଖ୍ୟବକ୍ତା ଶ୍ରୀ ଅଦୈତ ଚରଣ ଦତ ଭାରତ ବୈଭବ ଓ ସଂଘକାର୍ଯ୍ୟ ଦ୍ୱାରା ଭାରତ ମାତାର ସେବା ବାବଦରେ ବିବରଣୀ   ପ୍ରଦାନ କରିଥିଲେ । ଏହି ବର୍ଗରେ ଓଡିଶା ପୂର୍ବ ୧୯ଟି ଜିଲ୍ଲାରୁ ୨୫୨ ଜଣ ଶିକ୍ଷାର୍ôଥ ୨୦ ଦିନ ଧରି ବିଭିନ୍ନ ବିଷୟରେ (ବୌଦ୍ଧିକ, ଶାରୀରିକ, ସେବା, ପ୍ରଚାର, ଅନୁଶାସନ ଓ ଶୃଙ୍ଖଳା ବିଷୟରେ ଶିକ୍ଷା ଗ୍ରହଣ କରିବେ । ଆସନ୍ତା ୨୬ ତାରିଖ ଦିନ ଶିକ୍ଷାର୍ଥିମାନଙ୍କ ଦ୍ୱାରା  ଏକ ଭବ୍ୟ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶିକ୍ଷାର୍ଥିମାନେ ପୂର୍ଣ୍ଣଗଣବେଷରେ ଘୋଷବାଦ୍ୟ ସହ ବ୍ୟାସନଗର ପରିକ୍ରମା କରିବେ । ବିଭିନ୍ନ ସମୟରେ ସଂଘର ଅଖିଳ ଭାରତୀୟ, କ୍ଷେତ୍ରୀୟ ଓ ପ୍ରାନ୍ତୀୟ ଅଧିକାରୀମାନେ ଏହି ବର୍ଗକୁ ଆସି ବୌଦ୍ଧିକ,ଶାରୀରିକ ଏବଂ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବେ  ।




Comments

  1. ସଂଘଶକ୍ତି କଲୌଯୁଗେ...
    ଭାରତ ମାତା କୀ ଜୟ...

    ReplyDelete
  2. ସବୁ କଷ୍ଟ ଓ ବେଦନାର ଊର୍ଦ୍ଧ୍ଵରେ ସଂଘ ସାଧନା

    ReplyDelete

Post a Comment