ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ଆରମ୍ଭ


ନାଗପୁର(ଭିସାକିଓ):ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ  ନାଗପୁର ରେଶମବାଗ ସ୍ଥିତ ଡା.ହେଡଗେୱାର ସ୍ମୃତି ଭବନ ପରିସରର ମହର୍ଷି ବ୍ୟାସ ସଭାଗୃହରେ ଉଦ୍ଘାଟିତ ହୋଇ ଯାଇଛି । ଓଡିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷାଥିମାନେ ଏହି ବର୍ଗରେ ଭାଗ ନେଇଛନ୍ତି । ସାରା ଦେଶରୁ  ୭୦୮ ଜଣ ଶିକ୍ଷାଥି ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ପ୍ରଶିକ୍ଷଣ ନେଉଛନ୍ତି ।





ଏହି ବର୍ଗକୁ ଉଦ୍ଘାଟନ କରି ସହସରକାର୍ଯ୍ୟବାହ ଶ୍ରୀ ଦତାତ୍ରେୟ ହୋସୱାଲେ କହିଲେ ଯେ,ସଂଘ ସହିତ ମିଶିବା ପରେ  ସଂଘ ସଂସ୍ଥାପକ ପୂଜନୀୟ ଡା.ହେଡେଗେୱାର ଓ ପୂଜନୀୟ ଗୁରୁଜୀଙ୍କ ପାବନ ଭୂମିରେ ତୃତୀୟ ବର୍ଷ ବର୍ଗ କରିବା ପାଇଁ ସମସ୍ତ ସ୍ୱୟଂସେବକ ଇଛାଥାଏ । ଏହି ପ୍ରଶିକ୍ଷଣ କୌଣସି ଡିଗ୍ରୀ ବା ପ୍ରମାଣପତ୍ର ପାଇଁ ନୁହେଁ ବରଂ ସ୍ୱୟଂସେବକ ନିର୍ମାଣ ପ୍ରକ୍ରିୟାର ଏହା ଏକ ଚରଣ ।

ଡା.ହେଡେଗେୱାରଙ୍କ ଦ୍ୱାରା ବିକଶିତ ପଦ୍ଧତିରେ ଆନନ୍ଦ ରହିଛି , ଅନୁଶାସନ ମଧ୍ୟ ରହିଛି । ସଂଘର ପ୍ରଶିକ୍ଷଣ କେବଳ ଶାରୀରିକ ବ୍ୟାୟାମ, ବୌଦ୍ଧିକ ମଧ୍ୟରେ ସୀମିତି ନୁହେଁ ବରଂ ବୈଚାରୀକ ଅଧିଷ୍ଠାନ ମଧ୍ୟ । ଏହି ବର୍ଗ ଜ୍ଞାନ ଯୋଗ, କର୍ମଯୋଗ ତଥା ଭକ୍ତିଯୋଗର ସମନ୍ୱୟ । ଏହି ବର୍ଗ ‘ମୁଁ ସଂଘର, ଏହା ତ୍ୟାଗମୟ ଭାବ, ସମର୍ପଣ ଭାବ ଶିଖାଏ’ । ୨୫ ଦିନର ଏହି ବର୍ଗରେ ସାମୁହିକ ଅନୁଶାସନର ବ୍ୟବହାରିକ ପ୍ରଶିକ୍ଷଣରେ ବିଶିଷ୍ଟ ତରଙ୍ଗ ଏବଂ ଅଦ୍ଭୁତ ଶକ୍ତିର ଅନୁଭୂତି ହୁଏ ।
ସହସରକାର୍ଯ୍ୟବାହ ଜୀ କହିଲେ ଯେ, ବର୍ଗରେ କ୍ଷଣ-କ୍ଷଣ, କଣ-କଣକୁ ନିଜର ଅର୍ନ୍ତମନରେ ସମାହିତ କରି ସ୍ୱୟଂସେବକତ୍ୱର ଅନୁଭୁତି କର । ଆପଣଙ୍କ ମନରେ ଚାଲୁଥିବା ପଶ୍ନର ଉତର ପ୍ରଶିକ୍ଷଣ ମାଧ୍ୟମରେ ମିଳିପାରିବ । ଭିନ୍ନ ଭାଷା, ଭିନ୍ନ ପରିଚୟ, ଅଲଗା ଅଲଗା ଖାଇବା ଓ ପିଇବା ପରେ ମଧ୍ୟ ଏକ ହୋଇ ରାଷ୍ଟ୍ରପାଇଁ ସମର୍ପିତ ହୋଇ ଯେତେବେଳେ ଆପଣ ଏହି ପ୍ରଶିକ୍ଷଣ ପୂର୍ଣ୍ଣ କରିବେ ତେବେ ଆପଣ ସ୍ୱୟଂ ଏକାତ୍ମ ଭାରତ ଅନୁଭବ କରିବେ ।
ପାଳକ ଅଧିକାରୀ ସହସରକାର୍ଯ୍ୟବାହ ମୁକୁନ୍ଦ ଜୀ କହିଲେ ଯେ,କାର୍ଯ୍ୟକର୍ତା ନିର୍ମାଣର କୌଣସି ସୀମା ନାହିଁ, ଏହା ନିରନ୍ତର ପ୍ରକ୍ରିୟା ଅଟେ । କିଛି ବିଶେଷ ଗୁଣ,  କୁଶଳତା ପାଇବା ପାଇଁ ଆମେ ଏହି ବର୍ଗକୁ ଆସିଛୁ । ଏହି ସ୍ଥାନ ତପସ୍ୟା ଓ ସାଧନାର  ସ୍ଥାନ । ଏଠାକୁ ଆସିବା ପରେ ଆମର ଦାୟିତ୍ୱ ଏବଂ କାର୍ଯ୍ୟ ମଧ୍ୟ ବିଢିଯାଏ । ଯେଉଁ ଅନୁଭବ ଆମକୁ ପ୍ରଶିକ୍ଷଣରେ ମିଳିଥାଏ ତାହା ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ । ଏହି ଅନୁଭବ ନିଜ ପାଇଁ ଏକ ଅମୂଲ୍ୟ ଭଣ୍ଡାର । ଯେଉଁ ଜ୍ଞାନ ଅନ୍ୟତ୍ର ପ୍ରାପ୍ତ ହୁଏ ନାହିଁ,ସେହି ଜ୍ଞାନ ଏହି ଜ୍ଞାନ ସମୁଦ୍ର ମଧ୍ୟରୁ ପ୍ରାପ୍ତ ହୁଏ ।

ଉଦ୍ଘାଟନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷାର୍ଥିଙ୍କୁ ସହସରକାର୍ଯ୍ୟବାହ ଭାଗୟାଜୀ ସ୍ୱାଗତ କରିଥିଲେ । ଏହି ବର୍ଗରେ ସର୍ବାଧିକାରୀ ହେଉଛନ୍ତି ଉତରାଖଣ୍ଡର ପ୍ରାନ୍ତ ସଂଘଚାଳକ ସରଦାର ଗଜେନ୍ଦ୍ର ସିଂହଜୀ । ଅନ୍ୟ ଅଧିକାରୀମାନେ ହେଉଛନ୍ତି ଯୋଧପୁର ପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ଶ୍ୟାମ ମନୋହରଜୀ ବର୍ଗକାର୍ଯ୍ୟବାହ,ଅବଧପ୍ରାନ୍ତର ସହ ଶାରୀରିକ ପ୍ରମୁଖ ଶ୍ରୀ ଅଖିଳେଶଜୀ ମୁଖ୍ୟ ଶିକ୍ଷକ, ମହାକୋଶଳ ପ୍ରାନ୍ତର ସହ ଶାରୀରିକ ପ୍ରମୁଖ ଶ୍ରୀ ଗଙ୍ଗାରାଜୀବଜୀ ପାଣ୍ଡେ ସହ ମୁଖ୍ୟଶିକ୍ଷକ, ଦିଲ୍ଲୀ ପ୍ରାନ୍ତର ବୌଦ୍ଧିକ ପ୍ରମୁଖ ଶ୍ରୀ ଉତମ ପ୍ରକାଶ ଜୀ ବୌଦ୍ଧିକ ପ୍ରମୁଖ, କର୍ଣ୍ଣାଟକ ଉତର ପ୍ରାନ୍ତର ବୌଦ୍ଧିକ ପ୍ରମୁଖ ଶ୍ରୀ କୃଷ୍ଣାଜୀ ଯୋଶୀ ସହ ବୌଦ୍ଧିକ ପ୍ରମୁଖ, ପୂର୍ବ ଉତର ପ୍ରଦେଶ କ୍ଷେତ୍ର ସେବା ପ୍ରମୁଖ ଶ୍ରୀ ନବଲ କିଶୋର ଜୀ ସେବା ପ୍ରମୁଖ, ନାଗପୁରର ଧର୍ମ ଜାଗରଣ ସଂଯୋଜକ ଶ୍ରୀ ସୁନୀଲ ଜୀ ବ୍ୟବସ୍ଥା ପ୍ରମୁଖ ।

Comments