ନୂଆଦିଲ୍ଲୀ,୨୦/୫(ଭିସାକିଓ): ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଲାଲା ଲାଜପତ ରାୟଙ୍କ ଦ୍ୱାରା ସ୍ଥାପିତ ପଞ୍ଜାବ ନେସ୍ନାଲ ବ୍ୟାଙ୍କ ଦ୍ୱାରା ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଦିଲ୍ଲୀ ପ୍ରାନ୍ତର ସହ ସଂଘଚାଳକ ଶ୍ରୀ ଆଲୋକ କୁମାର ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେ ଯେ, ଭୋଟ ଦେଲେ ରାଜନୈତିକ ସମାନତା ଆସେ କିନ୍ତୁ ରାଜନୈତିକ ସମାନତାରେ ସମରସତା ଆସେ ନାହିଁ । ଆର୍ôଥକ ସମାନତା, ଶୈକ୍ଷଣିକ ସମାନତା ମଧ୍ୟ ସାମାଜିକ ସମରସତା ପାଇଁ ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଲକ୍ଷ୍ୟ ହେଉଛି ଚାକିରୀ ମାଗିବା ଅପେକ୍ଷା ଚାକିରୀ ଦେବା ବାଲା ଲୋକ ତିଆରି ହେବା ଦରକାର । ତେବେ ଯାଇ ବାବା ସାହେବ ଆମ୍ବେଦକରଙ୍କ ଏବଂ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ପୂରଣ ହେବ ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ୫୧୧ ଜଣ ଲୋକଙ୍କୁ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ ଋଣ ଯୋଗାଇ ଦିଆଯାଇଛି । ସାରା ଦେଶରେ ୧.୫ ଲକ୍ଷ ଲୋକଙ୍କୁ କୌଶଳ ବିକାଶ ଯୋଜନାରେ ସାହାଯ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭.୫ ଲକ୍ଷ ଲୋକଙ୍କୁ ଉଦ୍ୟୋଗ ସ୍ଥାପିତ କରିବା ପାଇଁ ଋଣ ସୁବିଧା ଉପଲବ୍ଧ କରାଯାଇଛି । ଏଥିପାଇଁ ଗ୍ୟାରେଂଟର ଆବଶ୍ୟକତା ନାହିଁ ।
ପଞ୍ଜାବ ନେସନାଲ ବ୍ୟାଙ୍କର ନିର୍ଦେଶକ ମହେଶ ବାବୁ ଗୁପ୍ତା କହିଲେ ଯେ, କୌଣସି ଦେଶର ଉନ୍ନତି ବ୍ୟାଙ୍କ ବିନା ସମ୍ଭବ ନୁହେଁ । ବ୍ୟାଙ୍କର ଟଙ୍କା ଲୋକଙ୍କର ହିତ ପାଇଁ ସରକାରଙ୍କର ନୁହେଁ । ସରକାର ଏଥିରେ ବଡ ସେୟାରଧାରୀ । ଏଥିପାଇଁ ବ୍ୟାଙ୍କ ସରକାରୀ ବୋଲି ଲୋକଙ୍କୁ ଲାଗୁଛି ।
Comments
Post a Comment