କାବୁଲ, ୬/୫ : ଆଫଗାନିସ୍ତାନର ଉତ୍ତର
ବାଘଲାନ ରାଜ୍ୟରେ ୭ ଜଣ ଭାରତୀୟ ଇଂଜିନିୟରଙ୍କ
ସମେତ ଜଣେ ସ୍ଥାନୀୟ ନାଗରିକଙ୍କୁ ଆତଙ୍କବାଦୀମାନେ
ଅପହରଣ କରିନେଇଛନ୍ତି । ଏହି ଭାରତୀୟ
ଇଂଜିନିୟରମାନେ ଏକ ରାଷ୍ଟ୍ରାୟାତ୍ତ ପାୱାର ପା୍ଲଣ୍ଟକୁ
ମିନିବସ୍ରେ ଯାତ୍ରା କରୁଥିବାବେଳେ ଅଜ୍ଞାତ
ବନ୍ଧୁକଧାରୀମାନେ ସେମାନଙ୍କୁ ଅପହରଣ କରିନେଇଥିବା
ସ୍ଥାନୀୟ ପୋଲିସ ପ୍ରବକ୍ତା ଜବିଉଲ୍ଲା ସୁଜା ସୂଚନା
ଦେଇଛନ୍ତି । ୭ ଜଣ ଭାରତୀୟ ଇଂଜିନିୟରଙ୍କ ସମେତ
ସେହି ମିନିବସ୍କୁ ଚଳାଉଥିବା ଆଫଗାନ ଡ୍ରାଇଭରକୁ
ମଧ୍ୟ ଅପହରଣ କରିନିଆଯାଇଛି । ଏହି
ଇଂଜିନିୟରମାନେ ‘ଡା ଆଫଗାନିସ୍ତାନ ବ୍ରେସନା ସର୍କତ
(ଡିଏବିଏସ୍)’ ନାମକ ଏକ କମ୍ପାନିର ବିଦ୍ୟୁତ୍ ଉତ୍ପାଦନ
କେନ୍ଦ୍ରର ଅପରେଟିଂ ଇଂଜିନିୟର ଭାବେ କାର୍ଯ୍ୟ
କରୁଥିଲେ । ଅପହୃତମାନଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ
ଜାରି ରହିଥିବା ବାଘଲାନର ରାଜ୍ୟପାଳ ଅବଦୁଲ ହାଇ
ନିୟାମତି କହିଛନ୍ତି । ଏହି ଅପହରଣ ପଛରେ ନିର୍ଦ୍ଦିଷ୍ଟ
ଭାବେ କାହାର ହାତ ଅଛି ତାହା ଜଣାପଡ଼ି ନାହିଁ ।
ଏଥିପୂର୍ବରୁ ୨୦୧୬ରେ କାବୁଲ୍ରୁ ଜଣେ ଭାରତୀୟ
ମହିଳା କର୍ମଚାରୀଙ୍କୁ ମଧ୍ୟ ଅପହରଣ କରିନିଆଯାଇ ୪୦
ଦିନ ପରେ ମୁକ୍ତ କରାଯାଇଥିଲା ।
Comments
Post a Comment