ଧନ୍ୱନ୍ତରୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର



ଅଦ୍ୟ ତ.୨୦/୦୫-ଧନ୍ୱନ୍ତରୀ ଭ୍ରାମ୍ୟମାଣ ଗ୍ରାମୀଣ ଚିକିତ୍ସାଳୟ, ଉକ୍ରଳ ବିପନ୍ନ ସହାୟତା ସମିତି, ଭୁବନେଶ୍ୱର  ଆନୁକୁଲ୍ୟରେ ସ୍ୱାସ୍ଥ୍ୟଶିବିର ତା.୧୯ ଓ ୨୦.୦୮.୨୦୧୮ ରିଖ ଦୁଇ ଦିନ ଧରି ଅନୁଗୁଳ ଜିଲ୍ଲାର ଖେମଲା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭେଷଜ ବିଭାଗର ଡା. ଜୟରାମ ଦାଶ ଏବଂ ଦନ୍ତ ଚିକିତ୍ସକ ଡା. ରାଜରାଜେଶ୍ୱର ମିଶ୍ର ଓ ଡା. ଏମ୍.ଡି. ଫାଇଆଜ୍ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଦୁଇ ଦିନରେ ମୋଟ ୪୭୪ ଜଣ  ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିରକୁ ଶ୍ରୀଯୁକ୍ତ ମୁଲିଆ ଦେହୁରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଗ୍ରାମପଞ୍ଚାୟତର  ଶ୍ରୀଯୁକ୍ତ ସୁନୀଲ କୁମାର ସାହୁ, ଶ୍ରୀଯୁକ୍ତ ଗୁରୁଚରଣ ସହୁ, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ମହାନ୍ତ ପ୍ରମୁଖ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ବୋଲି ଶିବିର ସଂଯୋଜକ ଶ୍ରୀ ତୁଳାରାମ ମାଝୀ ଜଣାଇଛନ୍ତି । 

Comments