ଶ୍ରୀନଗର, ୬/୫ : ଆତଙ୍କବାଦ ଓ ହିଂସା
ମାନବିକତାର ଭାଷା ବୁଝେନା । ଜିହାଦ ନାମରେ ଆତଙ୍କବାଦ
କରୁଥିବା ରାକ୍ଷସମାନଙ୍କର ଆତ୍ମା ମରିଗଲାଣି । ମସ୍ତିଷ୍କ ସହିତ
ହୃଦୟ ବି ଜଡ଼ ପାଲଟି ଯାଇଛି । ଶକ୍ତି ସଂବେଦନଶୂନ୍ୟ ହେଲେ
ଏପରି ନିଷ୍ଠୁର ଅବସ୍ଥା ସୃଷ୍ଟି ହୋଇଥାଏ । ନିରୀହ ଜନତାଙ୍କୁ ନିର୍ମମ
ହତ୍ୟା ଓ ରକ୍ତପାତରୁ ପୈଶାଚିକ ଆନନ୍ଦଲାଭ କରୁଥିବା
ଆତଙ୍କବାଦୀଙ୍କ ପାଇଁ ସମ୍ପର୍କ, ଶିକ୍ଷା , ଧର୍ମ, ନିନ୍ଦା, ଭର୍ତ୍ସନା ଓ
ପ୍ରତିବାଦ ଅର୍ଥହୀନ -ଏହା ପୁଣି ଥରେ ପ୍ରମାଣିତ ହୋଇଛି ଜମ୍ମୁ-
କାଶ୍ମୀରର ସୋପିଆନ ଜିଲ୍ଲା ଅନ୍ତର୍ଗତ ବଡ଼ିଗାଓଁ ଜୈନପୁରା
ଅଞ୍ଚଳରେ ।
ଏଠାରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ
୬ ଘଣ୍ଟା ଧରି ହୋଇଥିବା ଏନ୍କାଉଣ୍ଟରରେ ପ୍ରାଣ ହରାଇଛନ୍ତି
ଏଭଳି ୫ ଜଣ ଆତଙ୍କବାଦୀ ଓ ୫ଜଣ ପଥର ଫିଙ୍ଗାଳି । ଏଥିନେଇ
ଜମ୍ମୁ-କାଶ୍ମୀର ପୁଲିସ ଡିଜି ଶେଷପଲ ବୈଦ ଟ୍ୱିଟ୍ କରି ଦର୍ଶାଇଛନ୍ତି
ଯେ, ମୃତ ଆତଙ୍କବାଦୀମାନଙ୍କ ଶବ ଜବତ କରାଯାଇଛି । ଏହି
ଅପରେସନ୍ରେ ଭାରତୀୟ ସେନା, ସିଆର୍ପିଏଫ୍ ଓ ରାଜ୍ୟ ପୁଲିସ
ଜବାନମାନେ ଅଂଶଗ୍ରହଣ କରିଥିଲେ । ଏହି ଯୁଗ୍ମ ଅପରେସନରେ
ବୁରହାନ ୱାନୀ ଗ୍ରୁପ୍ର ଟପ୍ କମାଣ୍ଡରଙ୍କ ସମେତ ୫ ଜଣ
ଆତଙ୍କବାଦୀ ନିହତ ହୋଇଛନ୍ତି । ହିଜବୁଲ୍ ଟପ୍ କମାଣ୍ଡର ସଦ୍ଦାମ
ପାଦର , ଫୟାଜ୍ ଅହମ୍ମଦ ଭଟ୍ଟ, ମହମ୍ମଦ ରଫି ଭଟ୍ଟ, ବିଲାଲ
ମୌଲବୀ ଓ ଆଦିଲ ମଲ୍ଲିକ ବ୍ୟତିତ ସୁରକ୍ଷାକର୍ମୀଙ୍କ କାଯ୍ୟରେ
ବାରଧା ସୃଷ୍ଟିକରୁଥିବା ୫ ଜଣ ପଥର ଫିଙ୍ଗାଳି ମଧ୍ୟ ପ୍ରାଣ
ହରାଇଛନ୍ତି । ଏହାଦ୍ୱାରା ବୁରହାନ ୱାନୀ ଗୋଷ୍ଠୀ ସମ୍ପୂର୍ଣ୍ଣ ଦୁର୍ବଳ
ହୋଇପଡ଼ିଥିବା କୁହାଯାଉଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ
ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ରହିଛି । ଏନକାଉଣ୍ଟର
ସମୟରେ ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାପଥର
ଫିଙ୍ଗି ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଫଳରେ
ଆତଙ୍କବାଦୀମାନେ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା ।
ତେଣୁ ସୁରକ୍ଷାକର୍ମୀମାନେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ
କରିଥିଲେ । ପ୍ରଥମେ ଲୁହ ବୁହା ବାଷ୍ପ ପରେ ରବର ଗୁଳି
ପ୍ରୟୋଗ ସତ୍ତେ୍ୱ ପଥର ଫିଙ୍ଗାଳି ବିରତ ହୋଇନଥିଲେ । ତେଣୁ
ସୁରକ୍ଷାକର୍ମୀ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ବାଧ୍ୟ
ହୋଇଥିଲେ ଯେଉଁଥିରେ ୫ ଜଣ ପଥର ଫିଙ୍ଗାଳି ପ୍ରାଣ
ହରାଇଛନ୍ତି । ତେବେ ଉଲ୍ଳେଖନୀୟ ଘଟଣା ହେଉଛି ଯେ,
ଏହି ଏନକାଉଣ୍ଟରରେ ମରିଥିବା ଭଟ୍ଟ କେବଳ ଜଣେ ଉଚ୍ଚଶିକ୍ଷିତ
ନଥିଲା ବରଂ କଲେଜ ପିଲାଙ୍କୁ ପାଠ ପଢ଼ାଉଥିବା ସହାୟକ
ପ୍ରାଧ୍ୟାପକ ଥିଲା । ରଫି ଗନ୍ଦେରୱାଲ୍ ଅଞ୍ଚଳର ଚୁନ୍ଦାନା ଗ୍ରାମର
ଅଧିବାସୀ । ସେ ପିଏଚ୍ଡି କରି କାଶ୍ମୀର ୟୁନିଭର୍ସିଟିରେ
ସହାୟକ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲା । ଘରେ ତା’ର
ବାପା ମା’, ଭଉଣୀ ଓ ପତ୍ନୀ ଅଛନ୍ତି । ଘରଠାରୁ ୮୦ କି.ମି.
ଦୂରରେ ସେ ଆଜି ଏନ୍କାଉଣ୍ଟରରେ ପ୍ରାଣ ହରାଇବା ପୂର୍ବରୁ
ତାକୁ ଅସ୍ତ୍ରତ୍ୟାଗ ପାଇଁ ପ୍ରବର୍ତ୍ତାଈବାକୁ ସେନା ଅନ୍ତିମ ପ୍ରୟାସ
କରିଥିଲା । କିନ୍ତୁ ପ୍ରଫେସରରୁ ଆତଙ୍କବାଦୀ ପାଲଟିଥିବା ଭଟ୍ଟ
ତା’ ଘର ଲୋକଙ୍କ କଥା ମଧ୍ୟ ଶୁଣିନଥିଲା । ଲୋକଙ୍କୁ ଫୋନ୍
କରି ଅନ୍ତିମ ବିଦାୟ ଜଣାଇଥିଲା ଓ କହିଥିଲା ଯେ ଏହା ମୋର
ଶେଷ କଲ୍, ମୁଁ ଆଲ୍ଲାଙ୍କ ନିକଟକୁ ଯାଉଛି । ୩୩ ବର୍ଷୀୟ ଭଟ୍ଟ
କାଶ୍ମୀର ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ସହାୟକ
ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲା । ଗତ ଶୁକ୍ରବାର ଠାରୁ ସେ
ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିଲା । ତେବେ
ନିଖୋଜ ହେବାର ୨ ଦିନ ପରେ ସେ ଏନକାଉଣ୍ଟରର ନିହତ
ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଅନ୍ୟପଟେ ଏହି
ଏନ୍କାଉଣ୍ଟରେ ନିହତ ହୋଇଥିବା ବୁରହାନ ୱାନିର ସହଯୋଗୀ
ଫୈୟାଜ ଅହମ୍ମଦ ଭଟ୍ଟ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ବୋଲି
ଜଣାପଡ଼ିଛି । ସେ ୧୮ ବର୍ଷ ବୟସରେ ୧୯୯୦ ଦଶକରେ
୫ ଆତଙ୍କବାଦୀ ଓ ୫ ପଥର ଫିଙ୍ଗାଳି ନିହତ
ଆତଙ୍କବାଦୀ ପାଲଟିଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର
ସମାଜ ବିଜ୍ଞାନ ବିଭାଗର ୩୩ ବର୍ଷୀୟ ସହାୟକ
ପ୍ରାଧ୍ୟାପକ ମହମ୍ମଦ ରଫି ଭଟ୍ଟ ନିହତ
ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ପଥର
ଫିଙ୍ଗାଳିଙ୍କୁ ଉଚିତ ଜବାବ; ଘାଟୀରେ ଉତ୍ତେଜନା
ପିଓକେ ଯାଇ ସେଠାରୁ ପ୍ରଶିକ୍ଷଣ ପାଇ ଆସିଥିବା ଜଣାପଡିଛି । ପ୍ରକାଶ ଥାଉକି ଶନିବାର ଶ୍ରୀନଗରର ଚାଟବାଲ ଅଞ୍ଚଳରେ
ଏନ୍କାଉଣ୍ଟରରେ ଅନ୍ୟ ୩ ଜଣ ଆତଙ୍କବାଦୀ ନିହତ ହୋଇଥି
Comments
Post a Comment