ବାରଣାସୀ, ୭/୫ : ବାରଣାସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ସମେତ ଅନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକୁ ବୋମା ଖଞ୍ଜି ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ପତ୍ର ମିଳିଛି । ଫଳରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସୂଚନାନୁଯାୟୀ, ମଥୁରାର ମାଲଗୋଦାମ ରୋଡସ୍ଥିତ ଜିଆର୍ପି ବ୍ୟାରାକରେ ୪ଟି ଧମକପୂର୍ଣ୍ଣ ପତ୍ର ଲଗାଯାଇଥିଲା । ଏହି ପତ୍ରରେ ମଇ ୧୨ରେ କାଶୀ ବିଶ୍ୱନାଥ ମନ୍ଦିର ଏବଂ ମଇ ୧୩ ତାରିଖରେ ମଥୁରା, ବୃନ୍ଦାବନ, ଗୋରଖପୁର ଏବଂ ଅଯୋଧ୍ୟାର ପ୍ରମୁଖ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଲେଖାଯାଇଛି । ଧମକପୂର୍ଣ୍ଣ ପତ୍ର ସମ୍ପର୍କରେ ସୂଚନା ମିଳିବା ପରେ କାଶୀ ବିଶ୍ୱନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସେଠାରେ ମୁତୟନ ପୋଲିସ ଓ ସିଆର୍ପିଏଫ୍ ଜବାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଗୁଇନ୍ଦା ବିଭାଗ ଅସାମାଜିକ ତତ୍ତ୍ୱ ଏବଂ ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛି । ଏତଦ୍ବ୍ୟତୀତ ଲଲିତାଘାଟସ୍ଥିତ ପଶୁପତିନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଉଲ୍ଲେଖ ଯେ, କାଶୀ ବିଶ୍ୱନାଥ ମନ୍ଦିର ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଆସନ୍ତା ମଇ ୧୦ ତାରିଖରେ ଶୁଣାଣି ହେବ । ହାଇକୋର୍ଟ ବିଚାରପତି ସଙ୍ଗୀତା ଚନ୍ଦ୍ରାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ଏବଂ ଅଞ୍ଜୁମାନ ଇସଲାମିୟା ବାରଣାସୀ ବିବାଦକୁ ନେଇ ହାଇକୋର୍ଟରେ ଆବେଦନ ହୋଇଛି । କାଶୀ ବିଶ୍ୱନାଥ ମନ୍ଦିରସ୍ଥିତ ଶେଷ ମନ୍ଦିରର ଗୋଟିଏ ଅଂଶରେ ମସଜିଦ୍ ରଖିବାକୁ ଗତ ୧୯୯୭ ଅକ୍ଟୋବର ୧୦ ଏବଂ ୧୯୯୮ ସେପ୍ଟେମ୍ବର ୨୩ରେ ନିମ୍ନ ଅଦାଲତ ରାୟ ଦେଇଥିଲେ । ଏହି ରାୟକୁ ସୁନ୍ନି ସେଣ୍ଟ୍ରାଲ ବୋର୍ଡ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

Comments
Post a Comment