କଟକ, ୭/୫ : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ସହିତ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଆଜି ପୂର୍ବାହ୍ନ ୯ ଟା ସମୟରେ ବିଧିବଦ୍ଧଭାବରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଭାଗୀୟ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ, ବୋର୍ଡ ର ସଭାପତି ଡଃ ଜାହାନା ଆରା ବେଗମ, ସମ୍ପାଦକ ରାମାଶିଷ ହାଜରା ଏବଂ ପରୀକ୍ଷା ନିୟନ୍ତ୍ରକ ଡଃ ନିହାର ରଂଜନ ମହାନ୍ତି ପ୍ରମୁଖଙ୍କ ଗହଣରେ ଏହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ଫଳ ଘୋଷଣା କରିଥିଲେ । ଏବର୍ଷ ମୋଟ ୭୬.୨୩ ପ୍ରତିଶତ ବିଦ୍ୟାର୍ଥୀ ପାସ କରିଛନ୍ତି । ରେଗୁଲାର, ଏକସ ରେଗୁଲାର, ସିସି ରେଗୁଲାର, ଏବଂ ସିସି ଏକସ ରେଗୁଲାର ଆଦିକୁ ମିଶାଇ ମୋଟ ୫୨୭୧ ଟି ପରୀକ୍ଷା କେନ୍ଦ୍ରରେ ୧୩୪୮୯ ଟି ବିଦ୍ୟାଳୟ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୯୦ ହଜାର ୩୬୭ ଜଣ ଫର୍ମ ପୂରଣ କରିଥିବା ବେଳେ ୧୩ ହଜାର ୯୬୯ ଜଣ ଅନୁପସ୍ଥିତ ରହିବାରୁ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣ ଙ୍କର ପରୀକ୍ଷା ଫଳ ସ୍ଥଗିତ ଥିବା ବେଳେ ୧୩୩୨ ଜଣ ମାଲପ୍ରାକ୍ଟିସ(ଏମପି)ରେ ବୁକ ହୋଇଥିଲେ । ଫଳରେ ମୋଟ ୫ ଲକ୍ଷ ୭୫ ହଜାର ୬୫ ଜଣଙ୍କର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ତନ୍ମଧ୍ୟରେ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖି ଏ୧ ଗ୍ରେଡ ରେ ୧୭୧୫ ଜଣ ପାସ କରିଥିବା ବେଳେ ଏ୨ ରେ ୧୫୬୮୯ ଜଣ, ବି୧ ରେ ୩୯୨୫୨ ଜଣ, ବି୨ ରେ ୬୮୦୦୯ ଜଣ, ସି ରେ ୯୮୯୪୭ ଜଣ, ଡି ରେ ୧ଲକ୍ଷ ୨୭ ହଜାର ୨୪୩ ଜଣ, ଇ ରେ ୮୭ ହଜାର ୨୭୯ ଜଣ, ଏବଂ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଏଫ୍ ଗ୍ରେଡ ପାଇଛନ୍ତି । ସେହିପରି ମୋଟ୨ ଲକ୍ଷ ୧୬ ହଜାର ୩୦୫ ଜଣ ବାଳକ ଏବଂ ୨ ଲକ୍ଷ ୨୨ ହଜାର ୪୩ ଜଣ ବାଳିକା ଙ୍କୁ ମିଶାଇ ମୋଟ ୪ ଲକ୍ଷ ୩୮ ହଜାର ୩୪୮ ଜଣ ପାସ କରିଛନ୍ତି । ଏବର୍ଷ ରେଗୁଲାରରେ ବାଲେଶ୍ୱର ଜିଲ୍ଲା ର ସର୍ବାଧିକ ୮୮.୧୫ ପ୍ରତିଶତ ପିଲା ପାସ କରିଥିବା ବେଳେ ସର୍ବନିମ୍ନ ମାଲକାନଗିରି ଜିଲ୍ଲା ର ୫୯.୩୨ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ସେହିପରି ଏକସ ରେଗୁଲାର ରେ ନବରଙ୍ଗପୁର ଜିଲ୍ଲା ର ସର୍ବାଧିକ ୬୭.୦୬ ପ୍ରତିଶତ ପାସ କରିଥିବା ବେଳେ ସର୍ବନିମ୍ନ ମାଲକାନଗିରି ଜିଲ୍ଲା ର ୨୧.୭୭ ପ୍ରତିଶତ ପିଲା ପାସ କରିଛନ୍ତି । ପତ୍ରବିନିମୟ ପାଠ୍ୟକ୍ରମ(ରେଗୁଲାର)ରେ ଦେବଗଡ ଜିଲ୍ଲା ର ଶତପ୍ରତିଶତ ପିଲା ପାସ କରିଥିବା ବେଳେ ସର୍ବନିମ୍ନ କୋରାପୁଟ ଜିଲ୍ଲା ର ୧୨.୫୦ ପ୍ରତିଶତ ପିଲା କୃତକାର୍ଯ୍ୟ ହୋଇଛନ୍ତି । ଏବର୍ଷ ମୋଟ ୩୬ ଟି ବିଦ୍ୟାଳୟ ର ପରୀକ୍ଷାଫଳ ଶୂନ୍ ହୋଇଛି ଅର୍ଥାତ କେହି ପରୀକ୍ଷାର୍ଥୀ ପାସ କରିନାହାନ୍ତି । ଚଳିତବର୍ଷ ୮୮୫୫ ଟି ବିଦ୍ୟାଳୟ ର ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୮୧୮ ଟି, ୪୬୩୪ ଟି ବିଦ୍ୟାଳୟ ର ଏକସ ରେଗୁଲାର ପିଲାଙ୍କ ପାଇଁ ୨୩୪୩ ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ ପତ୍ରବିନିମୟ ପାଠ୍ୟକ୍ରମ ର ରେଗୁଲାର ପିଲା ଙ୍କ ପାଇଁ ୬୬ ଟି ଓ ଏକସ ରେଗୁଲାର ପିଲା ଙ୍କ ପାଇଁ ୪୪ ଟି ପରୀକ୍ଷାକେନ୍ଦ୍ର କରାଯାଇଥିଲା । ବୋର୍ଡର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ଓ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ରେ ଆଜି ଦିନ ୧୨ଟାରୁ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ସେହିପରି ପରୀକ୍ଷାର୍ଥୀମାନେ ମଧ୍ୟ ଙଜଓ୦ ସ୍ପେସ୍ ରୋଲ ନମ୍ବର ଲେଖି ୫୭୬୭୫୦କୁ ମୋବାଇଲରେ ଏସଏମ୍ଏସ୍ ପଠାଇ ପରୀକ୍ଷା ଫଳ ଜାଣିପାରୁଛନ୍ତି । ସେହିପରି ମାଟ୍ରିକ ପରୀକ୍ଷା ଖାତା ଓଏମଆର୍ ସିଟ୍ ଆଜି ଦିନ ଅପରାହ୍ଣ ୨ଟା ପରଠାରୁ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଉପଲବ୍ଧ ହେଉଛି । ଆଜି ଠାରୁ ୭ ଦିନ ପର୍ଯ୍ୟନ୍ତ ବୋର୍ଡ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୦୬୭୧ ୨୪୧୨୦୬୦ ଏବଂ ୦୬୭୧ ୨୪୧୨୦୫୯ରେ ଫୋନ କରି ସେମାନଙ୍କ ଅଭିଯୋଗ ବା କୈାଣସି ସୂଚନା ସଂପର୍କରେ ଅନୁସନ୍ଧାନ କରିପାରିବେ । କଣ୍ଟ୍ରୋଲ ରୁମ ବା ନିୟନ୍ତ୍ରଣ କକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କାଉନସେଲିଙ୍ଗ୍ କରାଯିବାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଗତ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ୩୬ ଟି ବିଦ୍ୟାଳୟ ର ପରୀକ୍ଷାଫଳ ଶୂନ ହୋଇଛି ଅର୍ଥାତ କେହି ପାସ କରି ନାହାନ୍ତି ।

Comments
Post a Comment