ଝୁମ୍ପୁରା ସରସ୍ୱତୀ ଶିଶୁ ମନ୍ଦିରର ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଝୁମ୍ପୁରା ସରସ୍ୱତୀ ଶିଶୁ ମନ୍ଦିରର ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଝୁମ୍ପୁରା, ୪/୫: ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ୩୧ ତମ ବାର୍ଷିକ ଉତ୍ସବ ଗୁରୁବାର ସଂନ୍ଧ୍ୟାରେ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବ ହେବା ପୂର୍ବରୁ ସରସ୍ୱତୀଙ୍କ ଫଟୋଚିତ୍ର ନିକଟରେ ଯୋଗଦାନ କରିଥିବା ଅତିଥି ମାନେ ପ୍ରଦୀପ ଜାଳି କ଼ାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ୍ୱ ସଂଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପ୍ରକଳ୍ପ ସଂଯୋଜକ ସର୍ବଶିକ୍ଷା ଅଭିଯାନ କେନ୍ଦୁଝର ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ବିଭାଗ ସଂଘ ଚାଳକ(ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ) ରତିକାନ୍ତ ବୈଦ୍ୟ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ୱାଳ ଯୋଗଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ମାଆ, ମାତୃଭୃତି, ମାତୃଭାଷା ପ୍ରତି ଶିଶୁଙ୍କର କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୁତ ଭାବରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ୍ୱ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସଂପାଦକ ରାଜେନ୍ଦ୍ର କୁମାର ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀକୁ ପଠନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସଭାପତି ତଥା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ କୁଞ୍ଜବିହାରୀ ପ୍ରଧାନ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ଉପସଭାପତି ଶରତ ଚନ୍ଦ୍ର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାର୍ଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ପରିଚାଳନାରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଯୋଗଦାନ କରିଥିବା ଅତିଥି ମାନେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂନ୍ଧ୍ୟାରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments