ଉଦଳାରେ ହାଇସ୍କୁଲ୍ ପରୀକ୍ଷାରେ ସଫଳତା ସରସ୍ୱତୀ ବିଦ୍ୟା ମନ୍ଦିରର ୧୦ ଜଣ ପାଇଲେ ଏ-୧ ଗ୍ରେଡ୍


 ଉଦଳା,୭/୫-ଚଳିତ ବର୍ଷ ପ୍ରକାଶ ପାଇଛି ହାଇସ୍କୁଲ୍ ସାଟିଫିକେଟ୍ ପରୀକ୍ଷା ଫଳ । ଉଦଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶ ଜଣ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ଼ ପାଇଥିଲା ବେେଳେ ଉଦଳା ହାଇସ୍କୁଲ୍ର ତିନିଜଣ ଏ-୧ ଗ୍ରେଡ଼ ପାଇଛନ୍ତି । ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀତମ ପାତ୍ର ୫୭୩ ମାର୍କ ୯୫ପ୍ରତିଶତ ରଖି ବିଦ୍ୟାଳୟରେ ଶ୍ରେଷ୍ଠ ବିବେଚିତ ହୋଇଥିଲା ବେଳେ ଦ୍ୱିତୀୟରେ ଅମ୍ରିତ ସାଗର ପାଢ଼ୀ, ୫୫୯, ବିସ୍ମୟ ଜ୍ୟୋତି ଦଳେଇ ୫୫୮ ତୃତୀୟ, ଶତରୂପା ପାଠୀ ୫୪୬ ଚତୁର୍ଥ, ଲିପିସା ହାତୀ ୫୪୪ ପଞ୍ଚମ ଜ୍ଞାନେନ୍ଦ୍ର ପାତ୍ର ୫୪୨ ଷଷ୍ଠ, ଗୀତିକୃଷ୍ଣା ବେହେରା୫୪୧ ସପ୍ତମ, ଏବଂ କିରଣ ବେହେରା, ଆଲୋକ କୁମାର ସାହୁ, ସୁଧାଂଶୁ ବିନ୍ଧାଣୀ ତିନିଜଣ ୫୪୦ ରଖି ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଦଳା ହାଇସ୍କୁଲ୍ର ଛାତ୍ର ପ୍ରତ୍ୟୁଷ କୁମାର ବାରିକ୍ ୫୪୨, ପ୍ରଭୁଶଙ୍କର ବାରିକ୍ ୫୪୦ ଏବଂ ଉତ୍ତମ କୁମାର ମହାନ୍ତ ୫୪୦ ମାର୍କ ରଖିଥିବାର ଜଣାଯାଇଛି । ଏହିପରି ସଫଳତା ପାଇବା ନେଇ ଛାତ୍ରୀ ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଅଭିଭାବିକା ତଥା ଏହି ଅଞ୍ଚଳର ଜନ ସାଧାରଣଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷର ସଫଳତା ଅଧିକ ସନ୍ତୋଷ ଜନକ ହୋଇପାରିଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ଓ ପରିଚାଳନା ପାଇଁ ଏହି ସଫଳତା ସମ୍ବବ ହୋଇପାରିଛି ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଏଥିପାଇଁ ବହୁ ବ୍ୟକ୍ତିବିଶେଷ ଅନୁଷ୍ଠାନ ସେମନଙ୍କୁ ଶୁଭେଛ୍ା ଜଣାଇଛନ୍ତି ।

Comments