କେନ୍ଦ୍ରାପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା



କେନ୍ଦ୍ରାପଡା, ୭/୫  : କେନ୍ଦ୍ରାପଡା ,ଚଳିତ ବର୍ଷ ପ୍ରକାଶିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦ୍ରାପଡା ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମଗ୍ର ଜିଲ୍ଲାରେ ଏକ ଅଭୁତ ପୂର୍ବ ସଫଳତା ହାସଲ କରିଛି  । ଉକ୍ତ ବିଦ୍ୟାଳୟର ମୋଟ ୧୧୦ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଏ-୧ ଗ୍ରେଡରେ ୭ଜଣ, ଏ-୨ ଗ୍ରେଡରେ ୧୩ଜଣ, ବି-୧ ଗ୍ରେଡରେ ୩୫ଜଣ, ବି-୨ ଗ୍ରେଡରେ ୨୯ଜଣ, ସି- ଗ୍ରେଡରେ ୧୮ ଜଣ, ଡି- ଗ୍ରେଡରେ ୬ଜଣ ଏବଂ ଇ - ଗ୍ରେଡରେ ୧ଜଣ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି  । ଏମାନଙ୍କ ମଧ୍ୟରୁ ସୁଶ୍ରୀ ରାଣୀ ସ୍ୱାଇଁ ମୋଟ ୫୬୭(୯୪.୫%) ନମ୍ବର ରଖି ସମଗ୍ର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ତଥା ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପ୍ରିୟ ଦର୍ଶିନୀ ନାୟକ ୫୫୭ (୯୨.୮୩%) , ବିଶ୍ୱଜିତ ମିଶ୍ର ୫୫୪ (୯୨.୩୩%), ସ୍ଥିତପ୍ରଜ୍ଞା ନାୟକ ୫୫୧ (୯୧.୮୩%), ଦିପ୍ତିଶ୍ରୀ ଶାସ୍ତ୍ରୀ ୫୪୮ (୯୧.୩୩%) , ଲୋପାମୁଦ୍ରା ଷଢଙ୍ଗୀ ୫୪୧ (୯୦.୧୬%) , ଶାୟନା ନାୟକ ୫୪୦(୯୦%) ପ୍ରମୁଖ ଛାତ୍ର ଛାତ୍ରୀ ୯୦% ରୁ ଉର୍ଦ୍ଧ ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ଶିକ୍ଷା ବର୍ଷର ପ୍ରକାଶିତ ୯ମ ଶ୍ରେଣୀ ପଠାଣୀ ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ସୁବ୍ରତ କୁମାର ବିଶ୍ୱାଳ,କୋମଲିକା ଦାସ , ଜଗଦିଶ ତନ୍ନୟ ଚୌଧୁରୀ , ଜୟ ପ୍ରକାଶ ସାହୁ ଓ ଷଷ୍ଠ ଶ୍ରେଣୀରେ ସ୍ମୃତିରେଖା ପାତ୍ର, ସ୍ୱୟଂସିଦ୍ଧ ଜେନା କୃତିତ୍ୱ ଅର୍ଜନ କରି ବିଦ୍ୟାଳୟକୁ ଗୌରବାନୀତ କରିଛନ୍ତି । ସେହିପରି ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ପ୍ରାଦେଶିକ ମେଧା ବୃତ୍ତି ଓ ଭାରତୀ କୃଷ୍ଣ ଗଣିତ ମେଧା ବୃତ୍ତି ପରୀକ୍ଷାରେ ନବମ ଶ୍ରେଣୀର ଛାତ୍ର ସୁବ୍ରତ କୁମାର ବିଶ୍ୱାଳ ସମଗ୍ର ରାଜ୍ୟରେ ୧୦ମ ସ୍ଥାନ ଓ ୭ମ ଶ୍ରେଣୀର ଛାତ୍ର ସତ୍ୟଜିତ ବିଶ୍ୱାଳ ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଦାସ, ପରିଚାଳନା ସମିତିର ସଭାପତି ଅନଙ୍ଗ କୁମାର ସାହୁ, ସମ୍ପାଦକ ହିମାଂଶୁ ଶେଖର ଦାଶ, ସହସମ୍ପାଦକ ସଚ୍ଚିଦାନନ୍ଦ ବେହେରା ଓ ସମସ୍ତ ଗୁରୁଜି ଓ ଗୁରୁମା ଉକ୍ତ କୃତି ଛାତ୍ରଛାତ୍ରୀଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Comments