ଉକ୍ରଳମଣି ସେବା ସମ୍ମାନ ପ୍ରଦାନ ଓ ବାର୍ଷିକ ଉତ୍ସବ-୨୦୧୮






ଭୁବନେଶ୍ୱର,(ଭିସାକିଓ),୧୦/୬ : ଉକ୍ରଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉକ୍ରଳମଣି ସେବା ସମ୍ମାନ ସମାରୋହ - ୨୦୧୮, ସମିତିର ସେବା ପରିସର ମଧ୍ୟରେ  ଆଜି ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଉତ୍ସବରେ ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ସମର୍ପଣ କରିଥିବା ବିଶିଷ୍ଟ ସମାଜସେବୀ ସ୍ୱାମୀ ପ୍ରାଣରୂପାନନ୍ଦଜୀ ୫ମ ଉକ୍ରଳମଣି ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । 


ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ ଏକ୍ସପପ୍ରେସ୍ ଭୁବନେଶ୍ୱର ପ୍ରାକ୍ତନ ସମ୍ପାଦକ ଶ୍ରୀ ଶ୍ରୀମୟ କର ମୁଖ୍ୟଅତିଥି, ରାଷ୍ଟ୍ରୀୟ ସ୍ୱୟଂସେବକର ସଂଘ,ଓଡିଶା ପୂର୍ବର ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି   ବିଶିଷ୍ଠ ଅତିଥି, ରାଷ୍ଟ୍ରୀୟ ସେବା ଭାରତୀର ସହ ସଚିବ ଶ୍ରୀଯୁକ୍ତ ଗୁରୁଶରଣ ପ୍ରସାଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଠ ଅତିଥି ଉକ୍ରଳ ବିପନ୍ନ ସହାୟତା ସମିତିର ସେବାକାର୍ଯ୍ୟର ଭୂୟସୀ ପ୍ରସଂଶା କରିବା ସହିତ ୧୯୯୯ ମସିହାର ମହାବାତ୍ୟାର ଅବତାରଣା କରିଥିଲେ । ଏହା ବ୍ୟତୀତ ସମିତିର ସ୍ୱେଚ୍ଛାସେବୀମାନେ ବିଭିନ୍ନ ଜାତୀୟ ବିପର୍ଯ୍ୟୟ ସମୟରେ ତଥା ରୋଗୀମାନଙ୍କୁ ରକ୍ତଦାନ ଓ ସେବା ଯୋଗାଇ ଦେବାରେ ସମିତିର ଅତୁଳନୀୟ ଭୂମିକା ରହିଛି ବୋଲି କହଥିଲେ ଏବଂ ରାଷ୍ଟ୍ରୀୟ ସେବା ଭାରତୀର ସହ ସଚିବ ଶ୍ରୀଯୁକ୍ତ ଗୁରୁଶରଣ ପ୍ରସାଦ ରାଷ୍ଟ୍ରୀୟ ସେବା ଭାରତୀ ତଥା ଉକ୍ରଳ ବିପନ୍ନ ସହାୟତା ସମିତି ବିଭିନ୍ନ ଜାତୀୟ ବିପର୍ଯ୍ୟୟ ସମୟରେ ସହଯୋଗ ସହାୟତା ପ୍ରଦାନ କରି ଆସୁଅଛି । ତେଣୁ ସମିତି ସେବାକାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଅଛି ।

 ଉକ୍ରଳମଣି ସେବା ସମ୍ମାନରେ ସମ୍ମାନୀତ ହୋଇଥିବା ସ୍ୱାମୀ ପ୍ରାଣରୂପାନନ୍ଦଜୀ ସମିତିର କାର୍ଯ୍ୟଧାରା ଓ ସେବା ପ୍ରଦାନ କରୁଥିବା କାର୍ଯ୍ୟରେ ସହମତି ପ୍ରଦାନ କରିଥିଲେ ଓ ଏହା ଏକ ଐଶ୍ୱରୀୟ କାର୍ଯ୍ୟ ବୋଲି ଅବିହିତ କରିଥିଲେ ।  ଉକ୍ରଳ ବିପନ୍ନ ସହାୟତା ସମିତିର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସମିତିର ବାର୍ଷିକ ମୁଖପତ୍ର "ସେବା" ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ସମିତିର ସଭାପତି ଶ୍ରୀଯୁକ୍ତ ଅଭୟ ସାମନ୍ତରାୟ ଅଧିକ୍ଷୀୟ ଭାଷଣ ପ୍ରଦାନ କରି ସମିିତିର ସେବା ପାଇଁ ଜନସାଧାରଣଙ୍କ ସହଯୋଗ ଓ ସହାୟତା କରିବା ପାଇଁ ଆଶା ପୋଷଣ କରିଥିଲେ । ସମିତିର ଉପସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ରାଷ୍ଟ୍ରଗାନ କରାଯାଇ ସଭାସାଙ୍ଗ କରାଯାଇଥିଲା ।                

Comments