ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ
ଯୋଗ ମହୋତ୍ସବ ସମିତି ରାଜ୍ୟର ଦଶ ହଜାର ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିଛି
ଭୁବନେଶ୍ୱର,(ଭିସାକିଓ),୧୯/୬ : ଜୁନ ୨୧ ତାରିଖ ଯୋଗ ଦିବସ ଉପଲକ୍ଷେ ଯୋଗ ମହୋତ୍ସବ ସମିତି,ଓଡିଶା ପକ୍ଷରୁ ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏକ ସୁସ୍ଥ ସମାଜ ଗଠନ ଦିଗରେ କାମ କରୁଥିବା ଯୋଗ ମହୋତ୍ସବ ସମିତି ଓଡିଶା ଏଥିପାଇଁ ରାଜ୍ୟର ୧୦ ହଜାର ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିଛିା ବୋଲି ସମିତିର ରାଜ୍ୟ ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଶ୍ରୀ ଷଡଙ୍ଗୀ କହିଲେ ଯେ, କିଭଳି ସବୁ ଶ୍ରେଣୀର ଓ ସବୁ ବର୍ଗର ଲୋକ ଯୋଗର ଲାଭ ଉପଲବ୍ଧ କରିବେ ସେଥିପାଇଁ ଏତେବଡ ବିଶାଳ ଆୟୋଜନ କରିଛି ଯୋଗ ମହୋତ୍ସବ ସମିତି, ଓଡିଶା । ଏତେ ସଂଖ୍ୟାରେ ଯୋଗ କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ହେଲା ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ କିଭଳି ନିଜ ନିଜ ଅଂଚଳ ପାଖରେ ଆୟୋଜିତ ହେଉଥିବା ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଯୋଗ କିଭଳି କରିବା ଦରକାର ଏବଂ ଏହାର ଲାଭ କଣ ତାହା ଜାଣିବେ । ଯୋଗ ମହୋତ୍ସବ ସମିତି,ଓଡିଶା ପକ୍ଷରୁ ଏଥିପାଇଁ ଯୋଗ ଟ୍ରେନର ମାନଙ୍କୁ ଆଗରୁ ଟ୍ରେନିଙ୍ଗ ଦିଆ ସରିଛି । ଯୋଗ ଶିକ୍ଷକମାନେ ସମସ୍ତ ଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକମାନଙ୍କୁ ଯୋଗ କିଭଳି କରାଯିବ ଏବଂ ଏହାର ଉପକାର ବୁଝାଇବେ । ଯେହେତୁ ଯୋଗ ଆମ ସଂସ୍କୃତିର ପରିଚୟ ଏବଂ ଏହା ବିଜ୍ଞାନ ସିଦ୍ଧ । ସେଥିପାଇଁ ଯୋଗ ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ରଖିବାକୁ ସଚେତନ କରିବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଭୁବନେଶ୍ୱରରେ ମଧ୍ୟ ଶତାଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ପ୍ରାଣରୂପାନନ୍ଦଜୀ, ସମିତିର ସଂପାଦକ ଦିବାକର ପ୍ରସାଦ ହରିଚନ୍ଦନ ଓ କୋଷାଧ୍ୟକ୍ଷ ସତ୍ୟ ଶୋଭନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଗୋଲଖ ଚନ୍ଦ୍ର ଦାସ

Comments
Post a Comment