ହିନ୍ଦୁତ୍ୱ ବିରୋଧି ବୟାନ ଦେଉଥିବା କୋରାପୁଟ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରି ମହାମିହମ ରାଜ୍ୟପାଳଙ୍କୁ ଭେଟିଲେ ଧର୍ମରକ୍ଷା ସେନା

 ହିନ୍ଦୁତ୍ୱ ବିରୋଧି ବୟାନ ଦେଉଥିବା କୋରାପୁଟ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ        ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରି ମହାମିହମ ରାଜ୍ୟପାଳଙ୍କୁ ଭେଟିଲେ ଧର୍ମରକ୍ଷା ସେନା
ଭୁବନେଶ୍ୱର, (ଭିସାକିଓ)୨୩/୬:  କୋରାପୁଟର ଲକ୍ଷ୍ମୀପୁର ନିକଟବର୍ତ୍ତୀ ବୁର୍ଜା ଠାରେଗତ ମେ ୧୩ ତାରିଖ ଦିନ ଆୟୋଜିତ ଧର୍ମାନ୍ତରଣ ସମ୍ମିଳନୀରେ ଆୟୋଜକ ଓ ଅନ୍ୟମାନଙ୍କ ଦ୍ୱାରା ହିନ୍ଦୁ ବିଦ୍ୱେଷୀ ବୟାନ, ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶାଳୀନ ଆକ୍ଷେପୋକ୍ତି ତଥା ସାଂପ୍ରଦାୟିକ ବିଦ୍ୱେଷ ଉଦ୍ରେକକାରୀ ବୟାନବାଜୀ ଦିଆଯାଇଥିଲା । ଯାହାକି ଦେଶ ବିଭାଜନକାରୀ ଓ ବହିରାଗତ ଚକ୍ରାନ୍ତକାରୀମାନଙ୍କର ଷଡ଼ଯନ୍ତ୍ର ଅଟେ । ଉକ୍ତ ଘଟଣାର ବିହିତ ତଦନ୍ତ କରାଇ ଅପରାଧୀମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିବା ସହ ଦେଶର ଜାତୀୟ ଐକ୍ୟ, ଅଖଣ୍ଡତା ତଥା ସାଂପ୍ରଦାୟିକ ଓ ଧାର୍ମିକ ସଦ୍ଭାବନା ରକ୍ଷା କରିବା ପାଇଁ ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବାକୁ  ଧର୍ମ ରକ୍ଷା ସେନା ଓଡିଶା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟାଳୟ ଠାରେ  ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ପରେ ଆଜି ଧର୍ମରକ୍ଷା ସେନା ଓଡିଶା ତରଫରୁ ଓଡିଶାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ଧର୍ମରକ୍ଷା ସେନା,ଓଡିଶା ତରଫରୁ ଧର୍ମଜାଗରଣ ସମନ୍ୱୟ ସମିତି,ଓଡିଶାର ପ୍ରାନ୍ତ ପ୍ରମୁଖ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଲୋକ କୁମାର ଖଟୁଆ, ଉମେଶ ଦାସ, ସୁଧାଶୁଂ ଜେନା, ଜ୍ଞାନ ରଂଜନ ସ୍ୱାଇଁ ଓ  ମାନସବୈରୀ ଶୈଲ୍ୟ ପ୍ରମୁଖ ଆଜି ଏକ ଛଅ ଜଣିଆ ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ହିନ୍ଦୁତ୍ୱ ବିରୋଧି ବୟାନ ଦେଉଥିବା ରାଜନେତା, ସଂଘଠନ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଧର୍ମରକ୍ଷା ସେନା,ଓଡିଶ ତାର ଦାବିପତ୍ରରେ ଉଲ୍ଲେଖ କରିଛି ଯେ, ଅଲ୍ ଇଣ୍ଡିଆ ମୂଳନିବାସୀ ବହୁଜନ ସମାଜ ସେଂଟ୍ରାଲ ସଂଘ (ଇଓଗଈଝଉଝ)  ଏବଂ ପ୍ରବୁଦ୍ଧ ଭାରତ ସଂଘ ପ୍ରଚେଷ୍ଟାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟବର୍ତୀ  ବୁର୍ଜାଠାରେ ଏକ ଧର୍ମାନ୍ତରଣ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀରେ  କୋରାପୁଟ  ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆଙ୍କ ପରିବାର ସହ ପ୍ରାୟ ଶହେ ଜଣ ବ୍ୟକ୍ତି ଉପସ୍ଥିତ ହୋଇ ବୌଦ୍ଧଧର୍ମ  ଗ୍ରହଣ କରିଥିବା ବିଷୟ ସୂଚନା ଦିଆଯାଇଛି । କୃଷ୍ଣଚନ୍ଦ୍ର ସଗରିଆ ଜଣେ ନିର୍ବାଚିତ ଜନ ପ୍ରତିନିଧି ହିସାବରେ ନିଜର ପ୍ରଭାବ ଦ୍ୱାରା ଅନ୍ୟମାନଙ୍କୁ ଶଠତା ପୂର୍ବକ ମନ୍ଦ ଉଦେଶ୍ୟ ରଖି ନିଜେ ଏବଂ ଅନ୍ୟମାନଙ୍କୁ ଧର୍ମାନ୍ତରିତ କରାଇବାରେ  ସମର୍ଥ ହୋଇଛନ୍ତି । ଉଗ୍ର ଧର୍ମାନ୍ତରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କଠାରୁ କୌଣସି ଅନୁମତି ନିଆଯାଇନାହିଁ । ଏହି ସମ୍ମିଳନୀର ଆୟୋଜକ ଧର୍ମାନ୍ତରିତ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଅନ୍ୟ ବକ୍ତାମାନେ, ହିନ୍ଦୁଧର୍ମ, ହିନ୍ଦୁ ଧର୍ମର ପରମ୍ପରା ଓ ଦେବା ଦେବୀଙ୍କ ଉଦ୍ଦେଶ୍ୟରେ ବହୁତ ଅବାସ୍ତବ ଓ ଅଶାଳୀନ ବକ୍ତବ୍ୟ ରଖିଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ସଗରିଆ ହିନ୍ଦୁଧର୍ମ ପରିତ୍ୟାଗ କରିଥିବା ହେତୁ ତାଙ୍କର ବିଧାୟକ ପ୍ରତିନିଧିତ୍ୱକୁ ତୁରନ୍ତ ରଦ୍ଧ  କରାଯାଉ, କାରଣ ବୌଦ୍ଧଧର୍ମର ତଫସିଲଭୁକ୍ତ ଜାତି, ଉପଜାତି କିଛି ନାହିଁ । ପୃଥିବୀର ୧୨୦ କୋଟି ହିନ୍ଦୁଙ୍କୁ ‘ପାଖଣ୍ଡୀ’ (ଞକ୍ସବସଗ୍ଧକ୍ଟକ୍ସ) ବୋଲିି ଅପମାନସୂଚକ ଶବ୍ଦ ପ୍ରୟୋଗ କରିଥିବା ହେତୁ ଶିଘ୍ର ତଦନ୍ତ କରି ତାଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ । ଏମ୍ବସ(ଇଓଗଈଝଉଝ) ନାମକ ଯେଉଁ ସଂସ୍ଥା ଉକ୍ତ କାର୍ଯ୍ୟ କ୍ରମକୁ ପ୍ରାୟୋଜିତ କରିଥିଲେ । ସେ ସଂସ୍ଥାକୁ ନିଷିଦ୍ଧ ଘୋଷଣା କରିବା ସହ ସେଠାରେ ବିକ୍ରି ହେଉଥିବା ହିନ୍ଦୁ ବୀରୋଧୀ ମୁଦ୍ରିତ ପୁସ୍ତକଗୁଡିକୁ ବେଆଇନ ବା ନିଷିଦ୍ଧ ପୁସ୍ତକ ଭାବେ ଘୋଷଣା କରାଯାଉ । ଓଡ଼ିଶାର ସମସ୍ତ ଜିଲ୍ଲା ପ୍ରଶାସନକୁ ଏହି ବିଷୟରେ ସତର୍କ ସୂଚନା ଦିଆଯାଉ ଯେପରିକି ହିନ୍ଦୁ ବିରୋଧି ଗତିବିଧି  ବନ୍ଦ କରାଯାଇପାରିବ ବୋଲି ଧର୍ମ ରକ୍ଷା ସେନା ଦାବି କରିଛି  ।  ସମ୍ମିଳନୀର ଆୟୋଜକ, ଉପସ୍ଥିତ ତଥାକଥିତ ହିନ୍ଦୁ  ଓ ଶ୍ରୀ ସଗରିିଆ କେବଳ ଲକ୍ଷ୍ମୀପୁର ଅଂଚଳ ନୁହେଁ ସାରା ବିଶ୍ୱ ସମ୍ମୁକ୍ଷରେ ହିନ୍ଦୁ ଦେବା ଦେବୀଙ୍କର ଭୁଲ ତଥ୍ୟ ଦେଇ ହିନ୍ଦୁଙ୍କ ବିଶ୍ୱାସ ତଥା ଆସ୍ଥାକୁ ନ୍ୟୁନ ଦର୍ଶାଇଛନ୍ତି । ସେମାନେ ଉତେଜନା ମୂଳକ ଭାଷଣ ଦେଇ କହିଥିଲେ “ଯେ  ଦୋଳପୂଣ୍ଣିମା ଦିନ ହିନ୍ଦୁମାନେ ଯେଉଁ ଫଗୁ ଖେଳନ୍ତି ତାହା ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ରକ୍ତ ବ୍ୟତୀତ ଆଉ କିଛି ନୁହେଁ, ରକ୍ଷା ବନ୍ଧନ ପାଳନୀୟ ଏବଂ ଗ୍ରହଣୀୟ ନୁହେଁ । “ରାମାୟଣ, ମହାଭାରତ ପ୍ରଭୃତି କାଳ୍ପନିକ କାହାଣୀ ତେଣୁ ସେଥିରେ କୌଣସି ସତ୍ୟତା ନାହିଁ ।” “ରାଜା ବୃହଦତ୍ତ ହିଁ ରାବଣ ଓ ତାହାଙ୍କ ହତ୍ୟାକରୀ ପୂଷ୍ୟମିତ୍ର ଶୁଙ୍ଗ ରାଜା ରାମ ଅଟନ୍ତି ।”  ଏଠାରେ ପ୍ରକାଶ ଯୋଗ୍ୟଯେ ବୃହଦତ୍ତ ବୌଦ୍ଧ ଧର୍ମାବଲମ୍ବୀ ଅଶୋକଙ୍କ ନାତି ଅଟନ୍ତି ଓ ମୌର୍ଯ୍ୟ ବଂଶର ଦଶମ ପିଢ଼ୀର ରାଜା ଅଟନ୍ତି । ଦଶମ ପିଢ଼ୀ ରାଜାଙ୍କୁ ହତ୍ୟା କରିଥିବାର ସ୍ମାରକୀ ସୂରୁପ ଦଶହରା ଉତ୍ସବ ପାଳନ କରାଯାଉଛି ରାମ ନବମୀ ସମ୍ପୂର୍ଣ୍ଣରୂପେ ବୌଦ୍ଧ ଧର୍ମ ବିରୋଧୀ ।”ବେଆଇନ ଭାବେ ଭୁଲ ତଥ୍ୟ ଦ୍ୱାରା କୋରପୁଟ ଓ ଅନ୍ୟ ଅଂଚଳର ସାଧାରଣ ଲୋକ ମାନଙ୍କୁ ଶଠତା ପୂର୍ବକ ଧର୍ମାନ୍ତରଣ ପାଇଁ ଉତ୍ସାହିତ କରାଇଅଛନ୍ତି । ଶ୍ରୀ ସଗରିଆ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ବି ସେ ଜଣେ ହିନ୍ଦୁ ଅନୁସୁଚିତ ଜାତି ରୂପେ ସଂରକ୍ଷିତ ଆସନରୁ  ଜିତି ଥିବା ବିଧାୟକ ପଦବୀରୁ ଏଯାବତ ଇସ୍ତଫା ଦେଇ ନାହାନ୍ତି କିମ୍ବା ବହିଷ୍କୃତ ହୋଇନାହାନ୍ତି, ଯାହାକି ସମ୍ବିଧାନ ବିରୋଧି ଅଟେ ବୋଲି ଧର୍ମ ରକ୍ଷା ସେନା ପ୍ରକାଶ କରିଛିିି ।

Comments