ଆରଏସ୍ଏସ୍, ଭୁବନେଶ୍ୱର ମହାନଗର ତରଫରୁ
ଅଧ୍ୟାପକ ୰ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର: ୧୧/ ୭,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ଦ୍ୱାରା ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର, ୟୁନିଟ-୩ ଠାରେ ଓଡିଶାରେ ଶିଶୁ ମନ୍ଦିର ୟୋଜନାର ଅଗ୍ରଦୂତ, ବିଶିଷ୍ଟ ଭାଷାବିତ ତଥା ଛାତ୍ରବତ୍ସଳ ଅଧ୍ୟାପକ ୰ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ୰ ଡ. ନଗେନ୍ଦ୍ରନାଥ ପ୍ରଧାନ ସଂଘର ଭୁବନେଶ୍ୱର ମହାନଗରର ସଂଘଚାଳକ, ଶିକ୍ଷା ବିକାଶ ସମିତିର ଅଧକ୍ଷ, ବିଦ୍ୟାଭାରତୀର ଉପାଧକ୍ଷ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରି ସଂଘର କାର୍ଯ୍ୟକୁ ବ୍ୟାପକ କରାଇ ପାରିଥିଲେ । ଶ୍ରୀ ଗୁରୁଚରଣ ଜେନା, ଇଂ. ଶ୍ରୀ ଅଶୋକ କୁମାର ଦାଶ, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅସିତ ବରଣ ମହାପାତ୍ର, ଶ୍ରୀ ଦୁର୍ଯୋଧନ କାଠୁଆ, ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ଆଦି ବିଶିଶ୍ଟ ବ୍ୟକ୍ତି ୰ପ୍ରଧାନଙ୍କର ସାହିତ୍ୟ, ସଂସ୍କୃତି ତଥା ସମାଜକୁ ଅବଦାନ ଉପରେ ଆଲୋକପାତ କରିଥିଲେ । ନିର୍ଗୁଣ ଧାରା, ବେଦ ବନ୍ଦିତା ସରସ୍ୱତୀ ଆଦି ତାଙ୍କର ସାହିତ୍ୟ ଜଗତକୁ ଅନବଦ୍ୟକୃତି । ଏହିସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ଶ୍ରୀ ସମୀରକୁମାର ମହାନ୍ତି ସଭାପତିତ୍ୱ କରିଥିବାବେଳେ ମହାନଗର କାର୍ଯ୍ୟବାହ ଶ୍ରୀ ପ୍ରସନ୍ନ କୁମାର ସେନାପତି ସଭା ପରିଚଳନା କରିଥିଲେ । ଓଡିଶା ପୂର୍ବ ପ୍ରାନ୍ତର ପ୍ରଚାରକ ଶ୍ରୀମାନ ବିପିନ ପ୍ରସାଦ ନନ୍ଦ, ଓଡିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ ପ୍ରଚାରକ ଶ୍ରୀମାନ ସୃଷ୍ଟିଧର ବିଶ୍ୱାଳ, ଭୁବନେଶ୍ୱର ମହାନଗର ସଂଗଚାଳକ ଡ. ବସନ୍ତ କୁମାର ପତି ତଥା ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ୰ ଡ. ନଗେନ୍ଦ୍ରନାଥ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Comments
Post a Comment