ତପ୍ତପାଣି ଅଂଚଳର ଅନୁସୂଚୀତ ଜନଜାତିଙ୍କୁ ନ୍ୟାୟ ଦିଆଯାଉ:ବନବାସୀ କଲ୍ୟାଣ ଆଶ୍ରମ



ଭୁବନେଶ୍ୱର,(ଭିସାକିଓ),୧୨/୭ : ଦେଶ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ପୋଲିସ ବିଭାଗ  ମନରୁ ବିଟ୍ରିଶ ଅମଳର ମନୋଭାବ ଦୂରହୋଇ ନାହିଁ । 
ଏହି ମନୋଭାବ ନେଇ ତପ୍ତପାଣି ଅଂଚଳରେ ନିରୀହ ସରଳ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କ ଉପରେ ପୋଲିସ ଚଳାଇଛି ଅତ୍ୟାଚାର । 
ଏହି ଅତ୍ୟାଚାର ବନ୍ଦ କରାଯାଉ ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମର ସଭାପତି ଶ୍ରୀ ରାଘବ ନାୟକ ଏବଂ ପୂର୍ବତନ ଆଇପିଏସ ଅଧିକାରୀ ଶ୍ରୀ ଅଶୋକ ସାହୁ ଦାବି କରିଛନ୍ତି । 
ଗତ  ମେ ୨୯ ତାରିଖରେ ତପ୍ତପାଣିଠାରେ ବିଭିନ୍ନ ଗ୍ରାମରୁ ରୁଣ୍ଡ ହୋଇଥିବା ସରଳ ବନବାସୀମାନଙ୍କ ଉପରେ ଅତର୍କିତ ଲାଠିମାଡ କରି ୯ ଜଣଙ୍କୁ ଲହୁ ଲୁହାଣ କରିଥିବା  ପାଟପୁର ଥାନାର ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା । 
ପୋଲିସ ବନବାସୀଲୋକମାନଙ୍କ ନାମରେ ଦୁଇଟି କେସ୍ କରିଛି ।
ପିଏସ୍ କେସ୍ ନଂ ୯୧/ ୨୦୧୮  ଏବଂ ୯୨/ ୨୦୧୮ରେ ଲୋକମାନଙ୍କ ନାମରେ ଏତଲା କରି  ଏହି ପଂଚାୟତର ଲୋକମାନଙ୍କୁ ଗିରଫ କରୁଛି । 
ଗିରଫ କରାଯାଇଥିବା ନିରୀହ ସରଳ ୧୫ ଜଣ ବନବାସୀଙ୍କୁ ତୁରନ୍ତ ବିନା ସର୍ତ ମୁକ୍ତ କରାଯିବା ସହ ଗାଁ ଗାଁରେ ଲୋକଙ୍କୁ ଭୟଭିତ କରି ଚାଲିଥିବା ଧର ପଗଡ ବନ୍ଦ କରାଯାଉ ବୋଲି ଶବର ସମାଜ କଲ୍ୟାଣ ସମିତି ସଭାପତି ଶ୍ରୀ ଝାମ୍ପୁରା ରଇତ ଦାବି କରିଛନ୍ତି । 
ଏ ସମସ୍ତ ଗଣ୍ଡୋଗୋଳର ମୂଳ ତପ୍ତପାଣି ପାଟିରେ ଚାଲିଥିବା ଦାଦାଗିରି,ଡକାୟତି, ଲୁଟ ତରାଜ ବନ୍ଦ ପାଇଁ ମୁନ୍ନା ପାଣିଗ୍ରାହୀ ଓ ଅମର ନାଥ ପାଣିଗ୍ରାହୀଙ୍କୁ ଗିରଫ କରାଯାଉ ।
 ଏଠାରେ ମଧ୍ୟ ଏକ ସ୍ଥାୟୀ ଫାଣ୍ଡି ପ୍ରତିଷ୍ଠା କରାଯାଉ ବୋଲି ସମସ୍ତେ ଦାବି କରିଛନ୍ତି । 
ବିଭିନ୍ନ ଦଫାରେ ୧୧ ଜଣଙ୍କ ନାମରେ କରାଯାଇଥିବା ମିଥ୍ୟା ମକଦମା ଉଠାଇ ଦିଆଯାଉ । 
ଗତ ଜୁଲାଇ ୧୦ ତାରିଖରେ ବନବାସୀ କଲ୍ୟାଣ ଆଶ୍ରମର ଏକ ପ୍ରତିନିଧି ମଣ୍ଡଳ ଗଂଜାମ ଆରକ୍ଷୀ ଅଧିକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି । 
ଏଥିସହିତ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

Comments