ଆରଏସ୍ଏସ୍ ତରଫରୁ ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟ











ପୁରୀ, ୧୪/୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ଆନୁକୂଲ୍ୟରେ ତଥା ଉକ୍ରଳ ବିପନ୍ନ ସହାୟତା ସମିତି ସଂଯୋଜନାରେ ଆରଏସ୍ଏସ୍ର ସ୍ୱୟଂସେବକମାନଙ୍କ ଦ୍ୱାରା  ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀର ବିଶ୍ୱପ୍ରସିଦ୍ଧ  ରଥ ଯାତ୍ରାରେ ୭  ପ୍ରକାର ସେବାକାର୍ଯ୍ୟ କରାଯାଉଛି । ଆରଏସ୍ଏସ୍ ତରଫରୁ ଏହି ସେବାକାର୍ଯ୍ୟ ସୁନାବେଶ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଂଘର ୭୦୦ ଉଦ୍ଧ୍ୱର୍ ସ୍ୱୟଂସେବକ  ଆସି ସେବାକାର୍ଯ୍ୟ କରୁଛନ୍ତି । ସ୍ୱୟଂସେବକମାନେ ପ୍ଲାଷ୍ଟିକ ବର୍ଜନ ଜାଗରଣ କରିବା ସହିତ ବିଭିନ୍ନ ସ୍ଥାନରେ ଜଳସେବା ଅବସରରେ ପାଣି ବଂଟନ ପାଇଁ ଷ୍ଟିଲ ଡ୍ରମ ଓ ଗ୍ଲାସ ବ୍ୟବହାର କରୁଛନ୍ତି ।  ଆମ୍ବୁଲାନ୍ସ ସେବା, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଷ୍ଟ୍ରେଚର ସେବା, ଆମ୍ବୁଲାନ୍ସ କୋରିଡର, ଭ୍ରାମ୍ୟମାଣ  ପାନୀୟ ଜଳ ବଂଟନ, ସ୍ଥିର ପାନୀୟ ଜଳ ବଂଟନ, ସ୍ୱଚ୍ଛତା, ଜଳ ସିଂଚନ, ହସ୍ପିଟାଲରେ ରୋଗୀ ସହାୟତା, ସୂଚନା ଆଦି ସେବା କାର୍ଯ୍ୟରେ  ସ୍ୱୟଂସେବକମାନେ ନିୟୋଜିତ ହୋଇଛନ୍ତି ।
୩ଟି ଆମ୍ବୁଲାନ୍ସରେ ୨୪ ଜଣ ସ୍ୱୟଂସେବକ ରୋଗୀଙ୍କୁ  ମେଡିକାଲରେ ପହଁଚାଉଛନ୍ତି  । ମେଡିକାଲରେ ୨୦ ଜଣ ସ୍ୱୟଂସେବକ ଉପସ୍ଥିତ ରହି ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ମାଧ୍ୟମରେ ଆଶୁଥିବା ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଡାକ୍ତର ପରାମର୍ଷ କରି ସେବା ଯୋଗାଇ ଦେଉଛନ୍ତି ।  ଗୁଣ୍ଡିଚାମନ୍ଦିର, ମେଡିକାଲ ଛକ, ମାର୍କେଟ ଛକ, ମରିଚକୋଟ ଛକ,  ଗୋଏଙ୍କା ଧର୍ମଶାଳ ନିକଟ, ରେଲୱେ ଷ୍ଟେସନ ନିକଟରେ ୫୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ବିନା ପାଉଚରେ ସ୍ଥିର ପାନୀୟ ଜଳ ବଂଟନ, ୧୫ଟି କଂଟେନର ଦ୍ୱାରା  ୬୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ଭ୍ରାମ୍ୟମାଣ ପାନୀୟ ଜଳ ବଂଟନ, ୧୦ଟି ଜଳସିଂଚନ ମେସିନ ସାହାର୍ଯ୍ୟରେ ୪୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା ଜଳ ସିଂଚନ, ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ୪ ଜଣ ଡାକ୍ତର ଓ ୧୦ ଜଣ ସ୍ୱୟଂସେବକମାନଙ୍କ ଦ୍ୱାରା  ରୋଗୀଙ୍କର ଚିକିତ୍ସା ଓ ମାଗଣ ଔଷଧ ବିତରଣ, ୪୫୦ ସ୍ୱୟଂସେବକମାନଙ୍କ ଦ୍ୱାରା ଆମ୍ବୁଲାନ୍ସ କୋରିଡର, ସ୍ୱଚ୍ଛତା ଏବଂ ରଥଯାତ୍ରା ସମୟରେ ରଥ ଚାରିପଟେ ଅନେକ ସ୍ୱୟଂସେବକ  ସେବା କାର୍ଯ୍ୟରେ ଲାଗିଥିଲେ ।  ସକାଳ ୯ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର  ସମ୍ମୁଖରେ ଆରଏସ୍ଏସ୍ର ପୂର୍ବ ପ୍ରାନ୍ତର ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତିଙ୍କ  କରକମଳରେ ସେବାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।   ସଂଘର ଓଡିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତକାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାସ, ପ୍ରାନ୍ତସେବା ପ୍ରମୁଖ କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଏହି ସେବାକାର୍ଯ୍ୟର ତଦାରଖ  କରୁଛନ୍ତି ।

Comments