ନୂଆଦୀଲ୍ଲୀ,(ଭିସାକିଓ),୩୧/୭: ଭାରତରେ ଲଘୁ ଉଦ୍ୟୋଗ ଜିଡିପି ଗ୍ରୋଥ, ରୋଜଗାର, ନିଯୁକ୍ତି ଏବଂ ବିକେନ୍ଦ୍ରୀକରଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା । ଜଗତୀକରଣ ଯୋଗୁଁ ବିଦେଶୀ ବେପାରୀମାନଙ୍କ ପାଇଁ ଦେଶୀୟ ବଜାର ମୁକ୍ତ ହୋଇଗଲା । ଏଥିପାଇଁ ଚୀନର ଜିନିଷ ଆମ ବଜାରରେ ଆଡ୍ଡା ଜମାଇ ଚାଲିଥିବା ବେଳେ ଭାରତର ଲଘୁ ଉଦ୍ୟୋଗ ଗୁଡିକ ଆର୍ଥକ ଏବଂ ବୈଷୟିକ ଯନ୍ତ୍ରପାତିର ଅଭାବ ଯୋଗୁଁ ସେମାନଙ୍କ ସହିତ ପ୍ରତିଦୋନ୍ଦ୍ୱିତା କରି ପାରୁନାହିଁ । ଯେଉଁଥି ପାଇଁକି ଭାରତରେ ଲଘୁ ଉଦ୍ୟୋଗ ଗୁଡିକ ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ନୂଆଦିଲ୍ଲୀ ଠାରେ ଗତ ଜୁଲାଇ ୩୦ ତାରିଖରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ବକ୍ତାମାନେ ପ୍ରକାଶ କରିଛନ୍ତି ।
ସରକାରଙ୍କ ସମର୍ଥନ, ସହଯୋଗ ଓ ପ୍ରୋତ୍ସାହନରେ ଲଘୁ ଉଦ୍ୟୋଗ ଗୁଡିକର ବିକାଶ ହୋଇ ପାରିବ । ଏଥିପାଇଁ ଭାରତ ସରକାରଙ୍କ ତରଫରୁ ଲଘୁ ଉଦ୍ୟୋଗ ନାମରେ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରାଯାଇଥିଲା । ଏହି ବିଷୟ ସହିତ ଜଡିତ ସମସ୍ତ ସମସ୍ୟାର ଠିକ୍ ପ୍ରକାର ନିରାକରଣ ହୋଇ ପାରିବ । କିନ୍ତୁ ରାଜନୈତିକ ନେତୃତ୍ୱଙ୍କ ଭୁମଣ୍ଡଳିକରଣ ଯୋଗୁଁ ଲଘୁ ଉଦ୍ୟୋଗ ଗୁଡିକ କ୍ଷତିରେ ପଡିଛନ୍ତି । କେବଳ ଲଘୁ ଉଦ୍ୟୋଗ ଗୁଡିକର ବିକାଶରେ ବାଧା ଉପୁଜିଛି ତାହା ନୁହେଁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବାଧା ଉପୁଜୁଛି । ୧୯୯୧ରେ ଲାଗୁ ହୋଇଥିବା ନୂଆ ଆର୍ଥିକ ନୀତିର ପ୍ରଭାବରେ ସର୍ବ ପ୍ରଥମେ ଲଘୁ ଉଦ୍ୟୋଗ ପାଇଁ ଉତ୍ପାଦ ଆଧାରୀତ ଆରକ୍ଷଣ ସମାପ୍ତ କରିଦିଆଗଲା । ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗକୁ ସମୟ କ୍ରମେ କମାଇ ଦିଆଗଲା ।

୭ ଫେବୃୟାରୀ ୨୦୧୮ରେ କ୍ୟାବିନେଟ ଦ୍ୱାରା ଏମ୍ଏସ୍ ଏମ୍ଇ କୁ ବଦଳାଇ ଦିଆଗଲା । ବର୍ତ୍ତମାନ ଏହା ସୁକ୍ଷ୍ମ ଉଦ୍ୟୋଗ । ଯେଉଁଥିରେ ପ୍ଲାଂଟ ଏବଂ ମେସନାରୀ, ଯାହାର ଆକଳନ ପ୍ରାୟ ୨୫ ଲକ୍ଷରୁ କମ୍ । ଲଘୁ ଉଦ୍ୟୋଗ ପାଇଁ ଏହାର ପରିଭାଷା ୫ କୋଟି । ମଧ୍ୟମ ବର୍ଗ ଉଦ୍ୟୋଗ ପାଇଁ ଏହାର ପରିଭାଷା ୧୦ କୋଟି । କିନ୍ତୁ ଏବେ ଏହାର ପରିଭାଷା ପ୍ଲାଂଟ ଏବଂ ମେଶିନାରୀ ବଦଳରେ ଟନ୍ ଓବର ଆଧାରରେ ପରିବର୍ତ୍ତନ କରାଯାଇଛି । ନୂଆ ପରିଭାଷାରେ ମାଇକ୍ରୋ ଉଦ୍ୟୋଗ ହେବ । ଯାହାର ଟର୍ଣ୍ଣ ଓଭର ୫ କୋଟି । ଲଘୁ ଉଦ୍ୟୋଗ ପାଇଁ ଏହାର ସୀମା ୫୦ କୋଟି ଥିବା ବେଳେ ମଧ୍ୟମ ବର୍ଗ ପାଇଁ ୨୫୦ କୋଟି ରଖାଯାଇଛି । ବର୍ତ୍ତମାନ ଏମ୍ଏସ୍ଏମ୍ଇରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନଥିଲା । ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ବର୍ଗ ଉଦ୍ୟୋଗର ପ୍ରକୃତି ଓ ସମସ୍ୟା ଭିନ୍ନ କିସମର । ଏଥିପାଇଁ ଏମ୍ଏସ୍ଏମ୍ଇରେ ଏକା ସହିତ ରଖିବା ଠିକ୍ ନୀତି ନୁହେଁ । ସେହିପରି ମେନ୍ୟୁଫେକ୍ଚରିଂ ଏବଂ ଅଣ-ମେନ୍ୟୁଫେକଚରିଂ (ସେବା)ଙ୍କ ପ୍ରତି ସମାନ ଆଇନ ମଧ୍ୟ ଉଚିତ୍ ନୁହେଁ ବୋଲି ଏହି ଆଲୋଚନା ଚକ୍ରରେ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଭୁମଣ୍ଡଳୀକରଣ ଯୁଗରେ ଲଘୁ ଉଦ୍ୟୋଗ ବିରୋଧୀ ଆର୍ଥିକ ନୀତି ଯୋଗୁଁ ଭାରତରେ ଲଘୁ ଉଦ୍ୟୋଗ ଧିରେ ଧିରେ ବିଲୁପ୍ତ ହୋଇ ଯାଉଛି । ତେଣୁ ଦେଶରେ ରୋଜଗାର ସୃଷ୍ଟି କରିବା ପାଇଁ ଲଘୁ ଉଦ୍ୟୋଗର ବିକାଶ ବହୁତ ଜରୁରୀ ଅଟେ ବୋଲି ସ୍ୱଦେଶୀ ଜାଗରଣ ମଂଚ ଏବଂ ଲଘୁ ଉଦ୍ୟୋଗ ଭାରତୀ ତରଫରୁ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବକ୍ତାମାନେ ପ୍ରକାଶ କରିଥିଲେ ।
Comments
Post a Comment