ଭୁବନେଶ୍ୱର,(ଭିସାକିଓ),୨୪/୭ : ସଂପୂର୍ଣ୍ଣ ବିଶ୍ୱବାସୀ ସଂଘର ନିଜର ଅଟନ୍ତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଇ ବିଚାର ନେଇ ଆଗେଇ ଚାଲିଛି । କୈଣସି ଜାତି, ଧର୍ମ, ପନ୍ଥ, ସଂପ୍ରଦାୟ ଲୋକମାନଙ୍କ ପାଇଁ ସଂଘ ଶତ୍ରୁ ନୁହେଁ । ସଂଘ ପାଇଁ ସମସ୍ତେ ମିତ୍ର ଅଟନ୍ତି । ଆମେ ମଧ୍ୟ ଅନ୍ୟମାନଙ୍କ ଠାରୁ ଏହି ଆଶା କରୁଛୁ । ତେବେ ଯାଇ ଭାରତ ଏକ ହେବ, ଶ୍ରେଷ୍ଠ ହେବ । ଆମେ କାହାରିକୁ ଶତ୍ରୁ ବୋଲି ଭାବି ନାହୁଁ ଏବଂ ଇତିହାସ ଏହି କଠିନ ସତ୍ୟର ସାକ୍ଷୀ ଅଟେ । ବସୁଧୈବ କୁଟୁ୍ମ୍ଭକମ୍ ଆମର ମୂଳ ଧାରଣା ଅଟେ । ସଂପୂର୍ଣ୍ଣ ବିଶ୍ୱ ଆମର ପରିବାର । ଏହି ମୌଳିକ ବିଚାରକୁ ନେଇ ଆମେ କାର୍ଯ୍ୟ କରୁଛୁ,ଭେଦଭାବ ଶୂନ୍ୟ ସମାଜ ସ୍ଥାପନା ଆମର ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାଂଚିର ହୋଟେଲ ଚାଣକ୍ୟ ଠାରେ ହିନ୍ଦୁ ଜାଗରଣ ମଂଚ ଦ୍ୱାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଇନ୍ଦେଶ କୁମାର କହିଲେ ଯେ,ସମସ୍ତ ଭାରତୀୟଙ୍କ ପୂର୍ବଜ ଏକ ଅଟନ୍ତି । ଭାରତରେ ବସବାସ କରୁଥିବା ସମସ୍ତ ଅଧିବାସୀ ହିନ୍ଦୁ ଅଟନ୍ତି । ଭାରତର ସୁରକ୍ଷା ଏହାର ସାମାଜିକ ଏକତା ଉପରେ ନିର୍ଭର କରେ । ଏହି ଏକତ୍ୱ ଭାବନାରେ ଦେଶ ସୁରକ୍ଷିତ ରହିବ । ଏଥିପାଇଁ ସମସ୍ତ ଦେଶବାସୀ ନିଜ ଭିତରେ ଥିବା ମତଭେଦକୁ ଭୁଲି ଦେଶକୁ ପୁର୍ନବାର ବିଶ୍ୱଗୁରୁ କରିବା ସହିତ ପରମବୈଭବଶାଳୀ କରିବା ଲକ୍ଷ୍ୟରେ ଏକାଠି ହୋଇଯିବା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ଆମର କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନାହିଁ । ପରନ୍ତୁ ରାଷ୍ଟ୍ରହୀତ ସର୍ବପରି । ଭାରତରେ ବସବାସ କରୁଥିବା ଲୋକ ନିଜକୁ ଭାରତୀୟ ରୂପେ ପରିଚିତ କର ,ଭାରତୀୟତାକୁ ସ୍ୱୀକାର କର, ଭାରତକୁ ଭଲ ପାଅ । ଏହି ବିଚାର ନେଇ ସମାଜକୁ ସଂଗଠିତ କରିବାକୁ ହେବ ।
ଶ୍ରୀ ଇନ୍ଦ୍ରଶ ଜୀ କହିଲେ ଯେ,ହିନ୍ଦୁ ସାମ୍ପ୍ରଦାୟୀକତା ନୁହେଁ । ମାନବୀୟତାର ସୂଚକ ଅଟେ । ହିନ୍ଦୁ କୁ ଛାଡିଦେଲେ ଆଉ କୌଣସି ଧର୍ମ ଧର୍ମ ନିରପେକ୍ଷତା ନୁହେଁ । ହିନ୍ଦୁ ଧର୍ମରେ ବିଶ୍ୱ କଲ୍ୟାଣର ବୀଜ ନିହିତ ଅଛି । ବିଶ୍ୱର ସବୁ ସଂକଟର ସମାଧାନ ଆମର ଧର୍ମରେ ରହିଛି । ହିନ୍ଦୁ ଧର୍ମ ଦର୍ଶନ, ଜୀବନ ପଦ୍ଧତି ଦ୍ୱାରା ମାନବ ସଭ୍ୟତା ରକ୍ଷା ହୋଇ ପାରିବ । ଏହାର ପଛରେ ଐତିହାସିକ କାରଣ ରହିଛି । ବିଶ୍ୱର ସବୁ ଧର୍ମର ଇତିହାସକୁ ସମସ୍ତେ ପଢିବା ଉଚିତ । ଆଜି ପର୍ଯ୍ୟନ୍ତ ଧର୍ମ ଇତିହାସରେ ଶାନ୍ତି, ସହିଷ୍ଣୁତା, ଅହିଂସା ଏବଂ ଧର୍ମନିରପେକ୍ଷତାର ବାସ୍ତବିକ ପରିଚୟ କେବଳ ଆମେ ହିଁ ଦେଇଛୁ । ଆଜି ନ ହେଲେ ବି କାଲି ସଂପୂର୍ଣ୍ଣ ବିଶ୍ୱ ଏହି କଠୋର ସତ୍ୟକୁ ସ୍ୱୀକାର କରିବାକୁ ପଡିବ । କାହାରି ଅନିଷ୍ଟ ଏବଂ ଅପମାନ କରିବା ଭାରତୀୟମାନଙ୍କର ମନରେ ନାହିଁ । ଏହି ସିଦ୍ଧାନ୍ତକୁ ଆମେ ଏବଂ ଆମର ପୂର୍ବଜମାନେ ପ୍ରମାଣ କରି ଦେଖାଇଛନ୍ତି । ସଂଘ ମଧ୍ୟ ଏହି ପଥରେ ସଦାସର୍ବଦା ଚାଲୁଅଛି । ସମରସତା ସମାଜ ନିର୍ମାଣ ସଂଘର ଉଦ୍ଦେଶ୍ୟ ଅଟେ ବୋଲି ଶ୍ରୀ ଇନ୍ଦ୍ରେଶ ଜୀ ପ୍ରକାଶ କରିଛନ୍ତି ।
Comments
Post a Comment