ନାଗପୁର, ୨୮/୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ନାଗପୁର ମହାନଗରର ଅଜନୀ ଭାଗରେ ସ୍ୱୟଂସେବକମାନଙ୍କ ଦ୍ୱାରା ଅନେକ ପ୍ରକାର ସେବାକାମ ଚାଲୁଅଛି । ସେହି ସେବାକେନ୍ଦ୍ରମାନଙ୍କ ଦ୍ୱାରା ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି ‘ସେବା ଦର୍ଶନ’ କାର୍ଯ୍ୟକ୍ରମ । ସେବା କାର୍ଯ୍ୟରେ ସାମିଲ ହୋଇଥିବା ପରିବାର ଅର୍ଥାତ ସେବାଦାତା ଏବଂ ଲାଭାର୍ଥି , ସେବା କାର୍ଯ୍ୟରେ ଯୋଗଦେଇଥିôବା ସେବକମାନଙ୍କର ଅନୁଭବ କଥନ ଏବଂ ସକ୍ରାର, ସେବାପାଇଥିବା ବ୍ୟକ୍ତିର ଅନୁଭବ କଥନ ଓ ସଂସ୍କାର ବର୍ଗର ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେବାଦର୍ଶନ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ସରକାର୍ଯ୍ୟବାହ ସୁରେଶଭୟାଜୀ ଯୋଶୀ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀ ଯୋଶୀ ଲୋକ କଲ୍ୟାଣ ସମିତିର କାର୍ଯ୍ୟ ବିଷୟରେ ଉଲ୍ଲେଖ କରି କହିଲେ ଯେ, ସେବାରେ ରୁଚି ରଖିଥିବା ଲୋକ ସମାଜରେ ଅନେକ ଅଛନ୍ତି । ସେମାନଙ୍କୁ ମାର୍ଗ ଦର୍ଶନ ଦେଲାବାଲା ଆବଶ୍ୟକ ଅଛି । ପ୍ରାମାଣିକ ସ୍ୱରୂପ ସେବା କରୁଥିବା ଲୋକ ସେମାନଙ୍କୁ ମିଳୁ ବୋଲି ସମସ୍ତଙ୍କର ଇଛା । ନିସ୍ୱାର୍ଥ ସେବାଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଛୋଟ ଛୋଟ କଥା ଶିଖିବା ଦ୍ୱାରା ପରିବର୍ତନ ଆସିଥାଏ । କଷ୍ଟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ । ସେବା ଦ୍ୱାରା ଅନ୍ୟମାନେ ମଧ୍ୟ ପରିସ୍ଥିତିକୁ ସହଜରେ ବୁଝି ପାରିଥାନ୍ତି । ସେବାକାମ କରିବା ସମୟରେ ପରିସ୍ଥିତି ଓ ମନସ୍ଥିତିକୁ ବୁଝାଇ ଆଗକୁ ଆଗେଇବାକୁ ହେବ । ସେବାକାର୍ଯ୍ୟ କରିବା ଦ୍ୱାରା ପ୍ରତ୍ୟକ୍ଷ ଅନୁଭବ ହୋଇଥାଏ । ପ୍ରତ୍ୟକ ମନୁଷ୍ୟ ଇଶ୍ୱର ସ୍ୱରୂପ ବୋଲି ଆମର ମାନ୍ୟତା ରହିଛି । ନରସେବା ନାରାୟଣ ସେବା । ଆଗାମୀ ଦିନମାନଙ୍କରେ ମଧ୍ୟ ସକରାତ୍ମକ ଓ ନିସ୍ୱାର୍ଥପର ସେବା କରିବାକୁ ହେବ । ଏହାଦ୍ୱାରା ଅଧିକରୁ ଅଧିକ ସମାଜ ଯୋଡି ହୋଇ ରହିବ । ଭାଷଣ ଦେଲେ ବା ଅଧିକ କଥା କହିଲେ ସେବା କାମ ହୁଏ ନାହିଁ, ପ୍ରତ୍ୟକ୍ଷ ଅନୁଭବ ନେବା ହେଉଛି ସେବାକାର୍ଯ୍ୟ ।

ଅଜନୀ ଭାଗ ଅନ୍ତର୍ଗତ ହନୁମାନ ନଗର, ରାମେଶ୍ୱରୀ ନଗର, ଓମ୍କାର ନଗର ଏବଂ ନରେନ୍ଦ୍ର ନଗରରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବନ ତଥା ସଂସ୍କାର କେନ୍ଦ୍ର ଆଦି ସେବାକାମ ସମାଜର ସହଯୋଗରେ ନିସ୍ୱାର୍ଥ ଭାବରେ ସଫଳତା ପୂର୍ବକ ଚାଲୁଅଛି । ନରେନ୍ଦ୍ର ନଗରରେ ୭ ପ୍ରକାର ସେବାକାମ ଚାଲୁଅଛି । ଆୟୁର୍ବେଦ, ଏଲୋପାଥି, ହୋମିଓପାଥି ଚିକିତ୍ସା ଓ ବ୍ଲଡ ଗ୍ରୁଫ ଯାଂଚ ଶିବିରମାନ ଅନୁଷ୍ଠିତ ହେଉଅଛି । ୧୨ ଜଣ ଅଭିଜ୍ଞ ଚକିତ୍ସକ ରୋଗୀମାନଙ୍କର ଚିକିତ୍ସା କରି ମାଗଣାରେ ଔଷଧ ବିତରଣ କରୁଛନ୍ତି । ଏହି ସବୁ ସ୍ୱାସ୍ଥ୍ୟ ପ୍ରକଳ୍ପ ମାଧ୍ୟମରେ ପ୍ରତିବର୍ଷ ୬୫୦୦ ରୁ ୭୦୦୦ ଲୋକ ସୁବିଧା ପାଉଛନ୍ତି । ସ୍ୱାବଲମ୍ବନ ପାଇଁ ପ୍ରଭୂନଗରରେ ନିବେଦିତା ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଅଛି । ଶିକ୍ଷା କ୍ଷେତ୍ରରେ ଝୋଲା ପୁସ୍ତାକାଳୟ ଏବଂ ସଂସ୍କାର କେନ୍ଦ୍ରମାନ କାର୍ଯ୍ୟ କରୁଛି ।
ଏହି ସେବା ଦର୍ଶନ କାର୍ଯ୍ୟକ୍ରମରେ ବିଦର୍ଭ ପ୍ରାନ୍ତର ସଂଘଚାଳକ ମାନନୀୟ ରାମଜୀ ହରକରେ, ନାଗପୁର ମହାନଗର ସଂଘଚାଳକ ମାନନୀୟ ରାଜେଶ ଜୀ ଲୋୟା ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।
Comments
Post a Comment